ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ୍ଡି ଛକରେ ଟାୟାର ଫାଟି ଗୋଟିଏ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଯୋଗୁଁ ୪ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି । ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଜଟଣୀ ଅଂଚଳର ଏକ ପରିବାର ଚିଲିକା ଭ୍ରମଣରେ ଆସିଥିଲେ । ଭ୍ରମଣ ସାରି କୋଣାର୍କ ଯାଉଥିବା ବେଳେ ହଠାତ ବୋଲେରୋର ଟାୟାର ଫାଟି ଯାଇଥିଲା । ଫଳରେ ବ୍ରାହ୍ମଣ୍ଡି ଛକରେ ବୋଲେରୋ ଗାଡିଟି ଡିଭାଇଡରରେ ଧକ୍କା ହୋଇଥିଲା । ଯାହା ଦ୍ଵାରା ବୋଲେରୋ ରେ ଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟ୍ୟରୁ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ସମସ୍ତ ଆହତ ଜଟଣୀ ଅଂଚଳର ବୋଲି ଜଣାପଡିଛି ।
ଚିଲିକା ଭ୍ରମଣରେ ଆସିଥିବା ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ : ୪ ଗୁରୁତର !!!

