ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି । ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ଥିବା ଶ୍ରୀଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପରିସରରୁ ସୋମବାର ରାତିରେ ଏକ କାର ଚୋରି ହୋଇଥିଲା । ଏ ନେଇ ସଂସ୍ଥାର ଷ୍ଟୋର କିପର ଜଗନ୍ନାଥ ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବନ୍ତଳା ଥାନା ଅନ୍ତର୍ଗତ ପମ୍ପାସର ନିକଟରୁ କାରକୁ ଉଦ୍ଧାର କରିବା ସହ କାର ଚୋରି ଅଭିଯୋଗରେ ବଡ଼କେରା ର ସନ୍ତୋଷ ନାଏକ (୩୫) ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

