ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ଖନନ କାର୍ଯ୍ୟକୁ ବିରୋଧ କଲେ ଚିତ୍ରୀ ନୂଆସାହି ଗ୍ରାମବାସୀ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତ ନୂଆସାହି ଗ୍ରାମର ଲୋକ ମାନେ ରେଙ୍ଗାଲି ର ବାମ ପାର୍ଶ୍ଵ ଖନନ କାର୍ଯ୍ୟକୁ ବିରୋଧ କରିଛନ୍ତି . କାମ ନେଇଥିବା ସମ୍ପୃକ୍ତ ଠିକା ସଂସ୍ଥା ମନମାନି କରୁଥିବା ବିରୋଧରେ ଏକତ୍ରୀତ ହୋଇ ଠିକା ସଂସ୍ଥାର କାର୍ଯ୍ୟକୁ ଗତକାଲି ବନ୍ଦ କରିଛନ୍ତି । ଏନେଇ ଖବର ପାଇ ଟମକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାଶୁଝା କରିଥିଲେ , କିନ୍ତୁ ଗ୍ରାମବାସୀ ମାନେ ଏଥିରେ ରାଜି ହୋଇ ନଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ମାଟି ଓ ମୋରମ୍ ଏଠାରୁ ତାଡି ଅନ୍ୟ ଜିଲ୍ଲା ମାନଙ୍କୁ ବିକ୍ରି କରାଯାଉଛି , ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ ଠିକ୍ ସମୟରେ ପାରିଶ୍ରମିକ ନ ଦେବା , ମାଟି ଓ ମୋରମ୍ ଚାଲାଣ ବେଳେ ରାସ୍ତା ଘାଟ ଖରାପ ହେବା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ରଖି ଚାଷୀ ମାନଙ୍କୁ ଧମକ ଚମକ ଦେବାର ଅଭିଯୋଗ ଜନସାଧାରଣ ଓ ଚାଷୀଙ୍କ ପକ୍ଷରୁ ହୋଇଅଛି । ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି । ଏହି ସବୁ ଅସୁବିଧା ଏବଂ ସମସ୍ୟା କୁ ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରପେକ୍ଷ ସମାଧାନ କରା ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଖନନ କାର୍ଯ୍ୟ ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ବୃନ୍ଦ ।

Leave a Reply

Your email address will not be published. Required fields are marked *