ହାତୀ ବୁଲୁଛି ସାପ୍ତାହିକ ହାଟ !!!

Spread the love

ବାଲେଶ୍ଵର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ହାତୀ ବୁଲୁଛି ସାପ୍ତାହିକ ହାଟ । ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ର ପୁରୁଷୋତ୍ତମପୁର ପଞ୍ଚାୟତ ର ପଣିସା ପଡ଼ା ଗ୍ରାମ ରେ . ସାପ୍ତାହିକ ହାଟ ଚାଲିଥିବା ସମୟରେ ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ହାଟ ମଧ୍ୟକୁ ପଶି ଆସିଥିଲା । ଫଳରେ ଲୋକେ ମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ଏଵଂ ହାତୀ ପଶି ଆସିଥିବା ହାଟ କୁ ଦେଖିବା ପାଇଁ ଲୋକଙ୍କ ଭିତରେ ଭିଡ଼ ଲାଗିଥିଲା . ଦନ୍ତା ହାତୀ ଟି ପରିବା ବିକାଳୀ ଙ୍କ ର ବହୁତ ପରିବା ନଷ୍ଟ କରିବା ସହିତ କିଛି ପରିବା ଖାଇଥିବାର ଦେଖିବାକୁ ମିଳିଥିଲା . ଦିନକୁ ଦିନ ଏମିତି ହାତୀ ମାନଙ୍କ ର ଦୌରାତ୍ମ୍ୟ ବଢିବାକୁ ଲାଗିଛି . ସୂଚନା ଥାଉକି କିଛି ଦିନ ତଳେ ଏକ ଦନ୍ତା ହାତୀ ଫରେଷ୍ଟ ଗାର୍ଡ କୁ ଆକ୍ରମଣ କରି ମାରି ଦେଇଥିଲା .

Leave a Reply

Your email address will not be published. Required fields are marked *