କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡ଼ିଶାରେ ବହୁ ଗୋ ବଂଶଜ ଦୁର୍ଘଟଣା ଓ ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ପଶୁ ଚିକିତ୍ସାଳୟ ମାନ ନିର୍ମାଣ କରାଯାଇଛି, ମାତ୍ର କେଉଁଠି ଡାକ୍ତର ନାହାନ୍ତି, ତ କେଉଁଠି ପଶୁ ଡାକ୍ତରଖାନା ରେ ଝୁଲୁଛି ତାଲା . ସେବା ଏବଂ ଔଷଧ ମିଳିବା ଦୂରର କଥା ! ଗୋ ସେବକ ଓ ସମାଜିକ କର୍ମୀ ମାନେ ଯଥା ସମ୍ଭବ ସହଯୋଗ ମୁତାବକ ସେବା କରୁଛନ୍ତି । ମାତ୍ର ପରିବହନ ଓ ଚିକିତ୍ସା ଅଭାବ ଯୋଗୁଁ ବହୁ ଗୋ ମାତା ଓ ନନ୍ଦୀ ମହାରାଜ ପ୍ରାଣତ୍ୟାଗ କରୁଛନ୍ତି । କଟକ ମହାନଗର ନିଗମ କେବଳ ଗାଈ ଧରିବା ଅଭିଯାନ ଚଳାଇଛନ୍ତି । ଗାଈକୁ ଧରିଲେ ତାର ମାଲିକଙ୍କ ଠାରୁ ସିଏମସି ତରଫରୁ ଫାଇନ ଆଦାୟ କରାଯାଉଛି । ମାତ୍ର ରାସ୍ତାରେ ବୁଲୁଥିବା ଷଣ୍ଢ ମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଇ ନାହିଁ ଓ ତାଙ୍କୁ ଥଇଥାନ କରାଯାଉ ନାହିଁ । ଯାହା ଫଳରେ ଦୈନିକ ଦୁର୍ଘଟଣାରେ ବହୁ ଗୋମାତା ଙ୍କ ଜୀବନ ଚାଲି ଯାଉଛି । ଦୁଃଖର ବିଷୟ ଯେ ଦୁର୍ଘଟଣା ଗ୍ରସ୍ତ ଓ ରୁଗ୍ଣ ଗୋ ଵଂଶଜ ଙ୍କ ପାଇଁ କଟକ ମହାନଗର ନିଗମ ତରଫରୁ କିଛି ଖାସ ବନ୍ଦବାସ୍ତ କରା ଯାଇନାହିଁ । ଦୁର୍ଘଟଣା କୁ କିଛି ମାତ୍ରାରେ କମ୍ କରିବା ପାଇଁ , ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କୁ ଧରି କାଞ୍ଜିଆବୋଦା ରେ ରଖୁଛନ୍ତି । ମାତ୍ର କାଞ୍ଜିଆବୋଦା ର କର୍ମଚାରୀ ଓ ସିଏମସି ର ଅବହେଳା ଓ ଅତ୍ୟାଚାର ଯୋଗୁଁ ବହୁତ ଗୋ ବଂଶଜଙ୍କ ଅକାଳ ମୃତ୍ୟୁ ଘଟୁଛି । ଏ ବାବଦରେ ବହୁବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ । କଟକ ସହରର ସତିଚୌରା ଛକ ନିକଟରେରେ ଅବସ୍ଥିତ କାଞ୍ଜିଆବୋଦାରୁ ଆସିଲା ହୃଦୟ ବିଦରକ ଦୃଶ୍ୟ !! ପୂର୍ବରୁ ଅନୈତିକ ଗୋରୁ ବ୍ୟବସାୟର ଅଭିଯୋଗ ଆସିବା ପରେ ଆଜି କାଞ୍ଜିଆବୋଦାରେ ଥିବା ଗୋ ବଂଶଜଙ୍କ ପ୍ରତି ହେଉଥିବା ଅବହେଳାର ପ୍ରମାଣ ମିଳିଛି । ଆଜି ସକାଳେ କାଞ୍ଜିଆବୋଦାରେ ଗୋଟିଏ ଗାଈ ମରି ପଡିଥିବାର ଦେଖିବାକୁ ମିଳିଥିଲା । ଦୀର୍ଘ ସମୟରୁ ଗାଇଟି ମୃତ୍ୟୁ ବରଣ କରିଥିଲେ ମଧ୍ୟ, କୌଣସି କର୍ମଚାରୀ ଡାକ୍ତରଙ୍କୁ ନଡାକିବା ଓ ମୃତ ଗାଇଟିକୁ ତୁରନ୍ତ ନ ଉଠାଇବା, ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ! ସୂଚନା ପାଇ ସ୍ଥାନୀୟ ଯୁବକ ମାନେ ଏହାର ବିରୋଧ କରିବା ସହିତ, କଟକ ମହାନଗର ନିଗମର କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ମୃତ ଗାଈକୁ ଉଠା ଯାଇଥିଲା । ସରକାର ବୁଲା ଗାଈଗୋରୁ ମାନଙ୍କୁ ଥଇଥାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଘୋଷଣା କରିଥିଲା ବେଳେ, ସିଏମସି ଓ କାଞ୍ଜିଆବୋଦା କର୍ମଚାରୀ ମାନଙ୍କ ଅବହେଳା ଓ ଅବ୍ୟବସ୍ଥା ଯୋଗୁଁ ବହୁ ଗୋ ବଂଶଜ ଅକାଳେ ମୃତ୍ୟୁ ବରଣ କରୁଛନ୍ତି ।
ସିଏମସି ର ଅବହେଳା ପାଇଁ ଚାଲି ଯାଇଛି ଗୋ ମାତାଙ୍କ ଜୀବନ !!!

