କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଶ୍ବ ଏଡସ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ୟୁଥ ରେଡକ୍ରସ ଏବଂ ରେଡ୍ ରିବନ କ୍କବ ସହଯୋଗରେ ଏଡସ ଦିବସ ର ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ଆଞ୍ଚଳିକ ମହାବିଦ୍ୟାଳୟରେ ମଧ୍ୟ ବିଶ୍ବ ଏଡସ ଦିବସ କଲେଜ ପରିସରରେ ଯୁକ୍ତ ଦୁଇର ସମସ୍ତ ବିଭାଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଳନ କରାଯାଇଥିଲା । ରେଡକ୍ରସ ସଂଯୋଜକ ପ୍ରଶାନ୍ତ କୁମାର ଦାସ ଏବଂ ଅଧ୍ୟାପିକା ଡଲି ସାହୁଙ୍କ ପରିଚାଳନାରେ ପିଇଟି ଅଧ୍ୟାପକ ସଚ୍ଚିଦାନନ୍ଦ ମିଶ୍ରଙ୍କ ଆବାହନରେ ଛାତ୍ରଛାତ୍ରୀ ମାନେ ଗ୍ରାମ ଓ ବଜାର ପରିକ୍ରମା କରିବା ସହିତ ପଥଚାରୀ ମାନଙ୍କୁ ଏଡସ ସଚେତନ ପ୍ରଚାର ପତ୍ର ବଣ୍ଟନ କରିଥିଲେ । ମହାବିଦ୍ୟାଳୟ ସଭାଗୃହ ସଚେତନ ସଭାରେ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ , ଅଧ୍ୟାପକ ହେମନ୍ତ କୁମାର ଛୋଟରାୟ, ମାନଗୋବିନ୍ଦ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଏଡସ ରୋଗର ଭୟାଭୟତା, ନିରାକରଣ ଓ ଲକ୍ଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏଡସ କୁ ମୂଳପୋଛ କରିବାକୁ ହେଲେ ସଚେତନ ଓ ସତର୍କତା ହିଁ ସଫଳତାର ପଥ ଅଟେ । ଏଡସ ଉପରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ସଚେତନତା ସଭାରେ ଅଧ୍ୟାପିକା ଦିପ୍ତୀମୟୀ ମହାପାତ୍ର, ସୁପ୍ରିୟା ପ୍ରଧାନ, ମାନସୀ ପଲେଇ, ଅଜୟ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ରୁପାଲି ରାଜ ପ୍ରଧାନ, ଗିରିଜା ଶଙ୍କର ବଳ, ହାକିଉଦ୍ଦିନ ଖାଁ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ସଭା ଶେଷରେ ଅଧ୍ୟାପିକା ତୃପ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
କଳାପଥର ମହାବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ !!!

