ବନମାଳୀପୁର ଗ୍ରାମପଞ୍ଚାୟତ ରେ ନୂତନ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ !!!

Spread the love

ନୟାଗଡ଼ – କିଶୋର ମହାପାତ୍ର : ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବନମାଳୀପୁର ଗ୍ରାମ ପଞ୍ଚାୟତ ର ନୂତନ ସରପଞ୍ଚ ଭାବେ ବାସନ୍ତୀ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି । ଗ୍ରାମ ପଞ୍ଚାୟତ ର ପ୍ରଥମ ବୈଠକ ରେ ପଞ୍ଚାୟତ ବାସୀ , ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇ ଥିବାରୁ କାର୍ଯ୍ୟ ତୁଲାଇବା ପାଇଁ ୱାର୍ଡ ସଭ୍ୟ ଏବଂ ଗ୍ରାମବାସୀ ମାନଙ୍କ ସହଯୋଗ କାମନା କରିଥିଲେ । ପଞ୍ଚାୟତ ରେ ଶିକ୍ଷା , ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଉପରେ ପ୍ରାଥମିକ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ ନବ ନିର୍ବାଚିତ ସରପଞ୍ଚ ବାସନ୍ତୀ ବେହେରା । ଏହି ଅବସରରେ ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା ଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *