ରାୟଗଡା ରେ ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଜିଲ୍ଲା ମୁଖ୍ୟ ଚିକିତ୍ସାଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଅନନ୍ତ ନାରାୟଣ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଲାଲମୋହନ ରାଉତରାୟ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ବରଦାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ , ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭିଏଲ୍‌ଏନ୍‌ ରାଜୁ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜେ ରାଜେଶରାଓ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଆଶା ସଂଯୋଜିକା ଶ୍ରୀମତି ରାଜଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବର୍ତ୍ତମାନ ସ୍ଥିତି ହେଉ ଅବା କୋଭିଡ୍‌ ଭଳି ମହାମାରୀ ପରିସ୍ଥିତିରେ ଅପହଞ୍ଚ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଆଶା ମାନଙ୍କ ଭୂମିକା ବେଶ୍‌ ଗୁୁରୁତ୍ୱପୂର୍ଣ୍ଣ । ଗୋଷ୍ଠୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଉପଲବ୍ଧ ସ୍ୱାସ୍ଥ୍ୟସେବାର ପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ । ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ସ୍ୱାସ୍ଥ୍ୟ ସୁଚକାଙ୍କରେ ଉନ୍ନତି ଆଣିବା ଦିଗରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଗୋଷ୍ଠୀର ଲୋକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଆଶାକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ପୂର୍ବକ ଏହି କାର୍ଯ୍ୟକ୍ରମ ଅବସରରେ ରାୟଗଡ ଜିଲ୍ଲାର୧୧ ଟି ବ୍ଲକଏବଂ ଦୁଇଟିପୌର ପରିଷଦର ମୋଟ ୩୭ ଜଣ ଆଶାକର୍ମୀଙ୍କୁ ଶ୍ରେଷ୍ଠ ଆଶା ଭାବେ ମାନପତ୍ର ପ୍ରଦାନ କରାଯିବା ସହିତ ପୁରସ୍କୃତ କରାଯାଇଥିଲା । ସେହିପରି ଭାବେ ୧୩ଟି ମହିଳା ଆରୋଗ୍ୟ ସମିତି, ୫ ଟି ପଞ୍ଚାୟତଏବଂ ୧୧ ଟି ଗ୍ରାମ କଲ୍ୟାଣ ସମିତି ମଧ୍ୟ ପୁରସ୍କୃତ ହୋଇଥିଲେ । ପରିବାର ନିୟୋଜନ ଏବଂ ପ୍ରସବୋତ୍ତର ଗର୍ଭ ନିରୋଧକ କ୍ଷେତ୍ରରେ ୨୦୨୦-୨୧ ମସିହା ପାଇଁ ୩ ଜଣ ଚିକିତ୍ସା ଅଧିକାରୀ, ୩ ଜଣ ଆଶାକର୍ମୀ, ୩ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜଗନ୍ନାଥପୁର କୁ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା . ଏବଂ ୨୦୨୧-୨୨ ମସିହାରେସର୍ବାଧିକ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବାରୁ ଡା.ଶ୍ରବଣ କୁମାର ସାହୁକାର ସ୍ୱତନ୍ତ୍ର ଭାବେ ପରୁସ୍କୃତ ହୋଇଥିଲେ । ଡା.ରତିକାନ୍ତ ସାହୁ ସର୍ବାଧିକ ଅଲ୍ଟ୍ରାସୋନୋଗ୍ରାଫିକ ରିଥିବାରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ପୁରସ୍କୃତ ମଧ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଆଶାକର୍ମୀ ଙ୍କ ସମେତ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ର କର୍ମକର୍ତ୍ତା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର କର୍ମଚାରୀ ଗଣ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *