ଓଡିଶା ଦିବସରେ ଓଡିଶା ତଥା ଓଡ଼ିଆ ଜାତି ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରି ଅପମାନିତ କରିଥିବା ବିଛିନ୍ନତାବାଦୀ ସଂଗଠନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଡିଜିପି ଓଡିଶା ଙ୍କୁ ଦାବିପତ୍ର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଉତ୍କଳ ଦିବସରେ ଓଡିଶା ତଥା ଓଡ଼ିଆ ଜାତି ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରି ଅପମାନିତ କରିଥିବା ବିଛିନ୍ନତାବାଦୀ ସଂଗଠନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଡିଜିପି ଓଡିଶା ପୋଲିସ୍ ଙ୍କୁ ଦାବିପତ୍ର ପ୍ରଦାନ . ଗତ ଅପ୍ରେଲ ୧ ତାରିଖରେ ସମଗ୍ର ଓଡ଼ିଆ ଜାତି ବିଶ୍ୱର କୋଣ ଅନୁକୋଣରେ ଉତ୍କଳ ଦିବସ ପାଳନ କରୁଥିବା ବେଳେ ଏକ ଦୁଖଦଃ ତଥା ନିନ୍ଦନୀୟ ଘଟଣା ଘଟିଛି | ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ଦେଖାଯାଉଛି କି କିଛି ଅସାମାଜିକ ଶ୍ରେଣୀୟ ଯୁବକ ଉତ୍କଳ ଦିବସ ପାଳନର ବ୍ୟାନରକୁ ଚିରିବା ସହ ‘ଗୋ ବ୍ୟାକ ଓଡିଶା’, ; ଓଡିଶା ଛି ଛି , ଥୁ ଥୁ ଭଳି ଅତ୍ୟନ୍ତ ଅରୁଚିକର ସ୍ଲୋଗାନ ଦେଉଛନ୍ତି | ଭିଡିଓ ରେ ସ୍ପଷ୍ଟ ଜଣାପଡୁଛି ଯେ , ୱେଷ୍ଟର୍ଣ୍ଣ ଓଡିଶା ଯୁବ ମଞ୍ଚ ଲେଖା ଯାଇଥିବା ଡ୍ରେସ ପିନ୍ଧି ଏହି ଯୁବକ ମାନେ କିଛି ସମୟ ଏଭଳି ଆତଙ୍କ ସୃଷ୍ଟି କରି ଚାଲିଛନ୍ତି | ବରଗଡ଼ ଜିଲ୍ଲା ପୌର ପରିଷଦ ପକ୍ଷରୁ ଲଗାଯାଇଥିବା ଉତ୍କଳ ଦିବସ ଓ ଆହାର ସପ୍ତମ ବାର୍ଷିକ କାର୍ଯ୍ୟକ୍ରମ ବ୍ୟାନର ଟିକୁ ଏହି ଦୁର୍ବୁତ୍ତ ମାନେ ଚିରି ଦେବା ସହ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାକୁ କ୍ଷତାକ୍ତ କଲା ଭଳି ଶବ୍ଦ ପ୍ରୟୋଗ କରି ଗାଳି କରିଥିଲେ ଯାହା କଦାପି ଗ୍ରହଣଯୋଗ୍ୟ ନୁହେଁ | ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱୀକୃତି ମିଳିବା ପର ଠାରୁ ଯେଉଁ ସ୍ୱାଭିମାନ ଟିକକ ଆମ ଓଡ଼ିଆ ଲୋକଙ୍କ ଗର୍ବ ପାଲଟିଛି ତାହାକୁ ଧ୍ବଂସ କରିବାକୁ କିଛି ଉଗ୍ର ଆଞ୍ଚଳିକବାଦ ବିଚାରରେ ପୀଡିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ବାରମ୍ବାର ଚେଷ୍ଟା କରୁଛନ୍ତି | କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର କ୍ଷମତା ଲାଳସା ଯୋଗୁ ଏଭଳି ଅକ୍ଷମଣୀୟ ଅପରାଧକୁ ପ୍ରଶୟ ଦେଉଛନ୍ତି | ଆଗରୁ ମଧ୍ୟ ବହୁଥର ଏଭଳି ଅପଚେଷ୍ଟା କରାଯାଇଛି | ସେମାନେ ଭୁଲି ଯାଉଛନ୍ତି ସାରା ଓଡିଶା ହେଉଛି ଆମର ମା | ନିଜ ମା ପ୍ରତି ହେଉଥିବା ଅପମାନକୁ ତାର କେହି ବି ସନ୍ତାନ ସହ୍ୟ କରିବେ ନାହିଁ | ଆଜି ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀରେ ଏହାର ପ୍ରତିବାଦ କରିବା ସହ ଏଭଳି ଉଗ୍ର ଆଞ୍ଚଳିକବାଦ ଓ ବିଛିନ୍ନତାବାଦୀ ସଂଗଠନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି . ଯାହା ଆଗାମୀ ଦିନରେ ଓଡ଼ିଶାର ସ୍ୱାଭିମାନ ଓ ଅଖଣ୍ଡତା ବଜାୟ ରଖିବାରେ ଭବିଷ୍ୟତ ପିଢ଼ିଙ୍କୁ ଉତ୍ସାହିତ କରିବ ବୋଲି ସଂଗଠନ ତରଫରୁ ଆଶା କରାଯାଇଛି | ଜନମଙ୍ଗଳ ପରିଷଦ ଏହି ଘଟଣାର ଦୃଢ଼ ଭାବେ ନିନ୍ଦା କରିବା ସହ , ଯଦି ଦୋଷୀ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ନକରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଏହାକୁ ଏକ ବିରାଟ ଜନ ଆନ୍ଦୋଳନର ରୂପ ଦେଇ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି |

 

 

Leave a Reply

Your email address will not be published. Required fields are marked *