ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା !!!

0
560

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ : ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଓ ହତ୍ୟା ଘଟଣାରେ ଅଭିଯୁକ୍ତର ଶାସକ ଦଳ ଲିଙ୍କ ପଦାକୁ ଆସିବା ପରେ ଘଟଣାକୁ ନେଇ ନୟାଗଡ଼ରୁ ରାଜଧାନୀ ପର୍ଯ୍ୟନ୍ତ ଦେଖା ଦେଇଛି ପ୍ରତିକ୍ରିୟା . ଗତକାଲି ବିଧାନସଭା ସମ୍ମୁଖରେ ନାବାଳିକାର ପିତା ମାତା ଆତ୍ମାହୁତି ଉଦ୍ୟମ କରିବା ପରେ ଗୃହରେ ରୁଲିଂ ଦେଇଥିଲେ ବାଚସ୍ପତି . ଆଜି ଗୃହ ରାଜ୍ୟ ମନ୍ତ୍ରୀ ଘଟଣା ସମ୍ପର୍କରେ ଉତ୍ତର ରଖିବା ସହ ସଂପୂର୍ଣ୍ଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ରାଜ୍ୟ ସରକାର . ଅନ୍ୟ ପକ୍ଷରେ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବାର ଅଭିଯୋଗ ଆଣି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଛି ବିଜେପି . ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମନ୍ତ୍ରୀଙ୍କ ଇସ୍ତଫା ଦାବୀ ସହ କୁଶ ପୁତ୍ତଳିକା ଦାହ କରାଯାଇଛି .

LEAVE A REPLY

Please enter your comment!
Please enter your name here