କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହର ନୟା-ସଡକ ଅର୍ଥ ଲଗାଣକାରୀ ସଂସ୍ଥା ଆଇଆଇଏଫଏଲ ଲୁଟ ଘଟଣାର ପର୍ଦାଫାସ କରିଛି କମିସନରେଟ ପୋଲିସ । ତଦନ୍ତରୁ ଜଣା ପଡ଼ିଛି ଯେ କୋଟିକୋଟି ଟଙ୍କାର ଜାଲିଆତିକୁ ଲୁଚାଇବା ପାଇଁ ଏହି ଲୁଟ ଘଟଣାର ଷଡଯନ୍ତ୍ର କରା ଯାଇଥିଲା । ବ୍ୟାଙ୍କରେ ଅର୍ଥ ଓ ସୁନା ଅଳଙ୍କାରକୁ ନେଇ ୫ ବର୍ଷରେ କୋଟିକୋଟି ଟଙ୍କାର ଜାଲିଆତି ହୋଇଛି ବୋଲି କମିଶନରେଟ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଣେ ମହିଳାଙ୍କ ସମେତ ୭ଜଣଙ୍କୁ ପୋଲିସ ଗିରଫ କରିଛି । ଏହା ସହ ଏକ ଅଡ଼ି କାର ଏବଂ ୩ କିଲୋ ସୁନା ସହ 5ଲକ୍ଷ ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ହେଲେ ସମୃକ୍ତ ଆଇଆଇଏଫଏଲ ସଂସ୍ଥାର କର୍ମଚାରୀ ଲାଲା ଅମୃତ ସାଗର ରାୟ, ରଞ୍ଜନ ବେହେରା ଓରଫ ବାପି, ରାଜକିଶୋର ସାହୁ , ପ୍ରକାଶ ସାହୁ ଓରଫ ବିଜୁ , ପବିତ୍ର ବେହେରା ଏବଂ ସନ୍ତୋଷ ଭୋଇ । ଉକ୍ତ ସଂସ୍ଥାର କର୍ମଚାରୀ ନିଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।