କନ୍ୟାଭୃଣ ସୁରକ୍ଷା ଏବଂ ମହିଳା ଙ୍କ ଆଇନଗତ ଅଧିକାର ସମ୍ପର୍କୀୟ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଏନଏସଏସ ଓ ସଖୀ ତରଫରୁ କନ୍ୟାଭୃଣ ସୁରକ୍ଷା ଏବଂ ମହିଳା ଙ୍କ ଆଇନଗତ ଅଧିକାର ସମ୍ପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସର ରେ ଏନଏସଏସ ଏବଂ ସଖୀ ୱାନ ଷ୍ଟପ କେନ୍ଦ୍ର ତରଫରୁ କନ୍ୟାଭ୍ରୁଣ ସୁରକ୍ଷା ଏବଂ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏନଏସଏସ ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସଖୀ ପ୍ରଶାସିକା ସମାଜସେବୀ ତଥା ଜଣାଶୁଣା ଓଲିଲ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ମହିଳା ମାନଙ୍କର ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ବୁଝାଇଥିଲେ । 2013 ମସିହା ପରଠାରୁ ପୋଲିସ ଷ୍ଟେସନ ବ୍ୟତୀତ ଇ ମେଲ ମାଧ୍ୟମରେ ବି ଜଣେ ଏଫଆଇଆର ଦରଜ କରିପାରିବ । ଏହା ଛଡା 181, 1098 ଆଦି ଟୋଲ ଫ୍ରି ନମ୍ବର କିଭଳି ମହିଳା ଓ ଶିଶୁ ଙ୍କ ସୁରକ୍ଷା ଦେବା ଲାଗି କାର୍ଯ୍ୟ କରୁଛି ବୋଲି କହିଥିଲେ । ଏତତ୍ ବ୍ୟତୀତ ସାଇବର କ୍ରାଇମ ଦ୍ବାରା ନବ ପୀଢ଼ି ଯୁବତୀ ମାନେ ନିର୍ଯ୍ୟାତିତା ଓ ପିଡିତା ହେଉଛନ୍ତି ସେ ବିଷୟରେ କହିଥିଲେ । ଡକ୍ଟର ଭାରତୀ ପାଣିଗ୍ରାହୀ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ , ଛାତ୍ରୀ ମାନେ ଶିକ୍ଷିତ ହେଲେ ହେଁ ଏଭଳି ଯୋୖନ ଶୋଷଣରୁ ନିଜକୁ ଓ ସମାଜକୁ ମୁକ୍ତ କରି ପାରିବେ । ନିଜ ଗ୍ରାମ,ପାରିପାର୍ଶ୍ବିକ ପରିସରରେ କୋୖଣସି ଅନିୟମିତ ଯୌନ ଶୋଷଣକୁ ଅଣଦେଖା ନ କରି ସଖୀ ମାଧ୍ୟମରେ ଆଇନଗତ ପରାମର୍ଶ ନେବା ପାଇଁ କହିଥିଲେ । ଶେଷରେ ଏନଏସଏସ ସ୍ବେଛାସେବୀ ରଶ୍ମିତା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ରାଜେଶ କୁମାର ପାତ୍ର ଏବଂ ଏଲ ଅଶୋକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *