ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜଙ୍ଗଲ ସୁରକ୍ଷା ନେଇ ପୁଣି ଚର୍ଚ୍ଚା କୁ ଆସିଲେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ . ନୟାଗଡ଼ ଜିଲ୍ଲା ଓଡଗାଁ ବନାଞ୍ଚଳ ଅଧିନସ୍ଥ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ଙ୍କ ଆଉ ଏକ ବଡ଼ ପଦକ୍ଷପ | ଜଙ୍ଗଲକୁ ସୁରକ୍ଷା ଦେବାରେ ନିଜର ଦକ୍ଷତା କୁ ଦେଖାଇବା ସହ ରାତିରେ ଜଙ୍ଗଲ ମାଫିଆ କବଳ ରୁ ଜଙ୍ଗଲ କୁ ରକ୍ଷା କରିବା ପାଇଁ ଘନଘନ ଚଢ଼ାଉ ସହ ପେଟ୍ରୋଲିଂ ଜାରି ରଖିଛନ୍ତି ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ | ଫରେଷ୍ଟର ଶ୍ରୀ. ସ୍ୱାଇଁ ଜଙ୍ଗଲ ମାଫିଆଙ୍କ ଉପରେ ଘନ ଘନ ଚଢ଼ାଉ ପରେ ଏବେ ଭୟ ରେ କାଠ ମାଫିଆ | ସୂଚନା ଥାଉ କି ବାହାଡାଝୋଲା ଅଞ୍ଚଳରେ ଆଗରୁ କାଠ ମାଫିଆଙ୍କ ଆତଙ୍କରାଜ ଚାଲିଥିବା ସମୟରେ , ଜଙ୍ଗଲ ରେ ଅବାଧ ଭାବରେ ବଢି ଚାଲିଥିଲା କାଠ ତସ୍କରୀ | ତେବେ ଫରେଷ୍ଟର ସନାତନ ସ୍ୱାଇଁ ଙ୍କର ଆକ୍ସନ ପ୍ଲାନ ଏବଂ ଅନ୍ୟ କର୍ମଚାରୀ ମାନଙ୍କର ଜଙ୍ଗଲ ରେ ରାତି ତମାମ ଡିଉଟି ପରେ ଆତଙ୍କିତ ହୋଇ ପଡିଛନ୍ତି ଶିକାରୀ ଏବଂ କାଠ ମାଫିଆ | ଶିକାରୀ ଙ୍କ ଲ୍ୟାଣ୍ଡମାଇନ, କରେଣ୍ଟ ତାର, ବୋମା କୁ ଖାତିରି ନ କରି ନିଜ ଜୀବନ କୁ ବାଜି ଲଗାଇ ନିଜର ଦଳ ବଳ ଧରି ଜଙ୍ଗଲ ରେ ଡିଉଟି କରୁଛନ୍ତି ଫରେଷ୍ଟର ସନାତନ ସ୍ୱାଇଁ |
ଜଙ୍ଗଲ ସୁରକ୍ଷା ନେଇ ପୁଣି ଚର୍ଚ୍ଚା କୁ ଆସିଲେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ !!!

