ବାଙ୍କୀ ରେ ଗଡ଼ିଲା ରଥ : ଆଗ୍ରହ ଆନନ୍ଦ ଉତ୍ସାହରେ ରଥ ଟାଣିଲେ ଶ୍ରଦ୍ଧାଳୁ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରସିଦ୍ଧ ଘୋଷଯାତ୍ରାରେ ବାଙ୍କୀ ରେ ଗଡ଼ିଲା ତିନି ରଥ ! ଆଗ୍ରହ ଆନନ୍ଦ ଏବଂ ଉତ୍ସାହରେ ରଥ ଟାଣିଲେ ଶ୍ରଦ୍ଧାଳୁ ! ଚଳିତ ବର୍ଷ ବାଙ୍କୀ ମା ଚର୍ଚ୍ଚିକା ଙ୍କ ପୀଠରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବେଶ ଧୁମଧାମରେ ପାଳନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଠାକୁର ମାନଙ୍କର ପହଣ୍ଡି ସହିତ ରଥ ପୁଜା ଏବଂ ରଥଟଣା ଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ରଥ ଟାଣିଥିବା ବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ । ଉଚିତ ସମୟରେ ମାଉସୀମା ଘର ନିକଟରେ ରଥ ପହଞ୍ଚିଥିଲେ । ଚଳିତ ବର୍ଷ ଏହି ରଥଯାତ୍ରା କୁ ପଚାଶ ବର୍ଷ ହେଉଥିବା ରୁ ବାହୁଡା ପରେ ସୁନାବେଶ ,ଅଧରପଣା ଓ ନିଳାଦ୍ରୀ ବିଜେ ଅବସରରେ ତିନି ଦିନ ଧରି ମହାପ୍ରଭୁଙ୍କ ନିକଟରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଶଣ ର ବ୍ୟବସ୍ଥା କରାଯାଇଛି ବୋଲି ରଥ କମିଟି ସୂଚନା ଦେଇଛନ୍ତି । ବାଙ୍କୀ ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗ ରେ ଶାନ୍ତି ଶୃଙ୍ଖଳା ଭାବେ ରଥଯାତ୍ରା ସମାପନ ହେଇଯାଇଛି । ଆଗକୁ ମଧ୍ୟ ବାହୁଡା ଯାତ୍ରା ଓ ସୁନବେଶ ସମାନ ଢଙ୍ଗରେ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *