କୋଟିଆ ରେ ପ୍ରଶାସନ ଦ୍ୱାରା ରଥଯାତ୍ରା ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋଟିଆ ରେ ପ୍ରଶାସନ ଦ୍ୱାରା ରଥଯାତ୍ରା ଅନୁଷ୍ଠିତ l ସୀମାନ୍ତ କୋଟିଆ ଗ୍ରାମ ପୁଞ୍ଜ କୁ ନେଇ ଦୁଇ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଓଡିଶା ମଧ୍ୟ୍ୟରେ ବିବାଦ ଲାଗିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ କିନ୍ତୁ ସେହି କୋଟିଆ ରେ ରଥଯାତ୍ରା ଆୟୋଜନ କରି କୋଟିଆ ତଥା କୋରାପୁଟବାସୀ ଙ୍କ ହୃଦୟ ଜିଣିନେଇଛି ! କେବଳ ସେତିକି ନୁହଁ ଜଗତର ନାଥ ପ୍ରଭୁ ଜଗନ୍ନାଥ କୋଟିଆବାସୀ ଙ୍କର ହୃଦୟରେ ସଦାସର୍ବଦା ରହିବା ସହ ଆପଦ ବିପଦର ସେହି ଜଗା କାଳିଆ ହିଁ ସାହା ବୋଲି କୋଟିଆ ବାସୀଙ୍କୁ ଆଶ୍ୱାସନା ଦେଇଛି l ଅନ୍ୟପଟେ ଦେଖିଲେ କୋଟିଆ ବାସୀ ବି ପାଖରେ କାଳିଆ କୁ ପାଇ ଆତ୍ମବିଭୋର ହେବା ସହ ରଥ ଟଣାରେ ସହଯୋଗ କରିଛନ୍ତି ! ପ୍ରଶାସନ ଠାରୁ ଆରମ୍ଭ କରି ରି ଗଣମାଧ୍ୟ୍ୟମ ର ପ୍ରତିନିଧି ସମସ୍ତେ ଏହି କାଯ୍ୟକ୍ରମ ରେ ନିଜକୁ ସାମିଲ କରିଥିବା ବେଳେ ଖୋଦ କୋରାପୁଟ ଜିଲ୍ଲାପାଳ , କୋରାପୁଟ ଏସପି , କୋରାପୁଟ ଓ ପଟାଙ୍ଗୀ ବିଧାୟକ ନିଜେ ଉପସ୍ଥିତ ରହି କୋରାପୁଟ ଶାବର ଶ୍ରୀକ୍ଷେତ୍ର ର ପରିଚାଳନା କମିଟି ର ସହଯୋଗ ରେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି l

Leave a Reply

Your email address will not be published. Required fields are marked *