ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ବାଣପୁର ଏନଏସିରେ ନିର୍ବାଚନ ଶେଷ ହୋଇଛି । ତେବେ ଉପାଧ୍ୟକ୍ଷ ଭାବେ ବିଜେଡି କାଉନସିଲର ନିର୍ବାଚିତ ହୋଇଛନ୍ତି । ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୮ ନମ୍ବର ୱାର୍ଡ କାଉନସିଲର ସସ୍ମିତା ପୃଷ୍ଟି ନୋମିନେସନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୪ ନମ୍ବର ୱାର୍ଡ କାଉନସିଲର ପ୍ରାଚୀପ୍ରଭା ସ୍ୱାଇଁ ନୋମିନେସନ ଦାଖଲ କରିଥିଲେ । ତେବେ ପ୍ରାଚୀଙ୍କୁ ସମୁଦାୟ ୧୦ ଖଣ୍ଡ ଭୋଟ ମିଳିଥିବା ବେଳେ ସସ୍ମିତାଙ୍କୁ ୫ ଖଣ୍ଡ ଭୋଟ ମିଳିଥିଲା । ନିର୍ବାଚନ ଅଧିକାରୀ ବାଣପୁର ତହସିଲଦାର ପ୍ରାଚୀପ୍ରଭା ସ୍ୱାଇଁଙ୍କୁ ବିଜୟୀ ଘୋଷିତ କରିଛନ୍ତି । ପ୍ରାଚୀ ବାଣପୁର ଏନଏସିର ନବ ନିର୍ବାଚିତ ଉପାଧ୍ୟକ୍ଷା ହୋଇଛନ୍ତି ।
ଉପାଧ୍ୟକ୍ଷ ନିର୍ବାଚନ : ବାଣପୁର ଏନଏସିରେ ପ୍ରାଚୀପ୍ରଭା ସ୍ୱାଇଁ ଦଖଲ କଲେ ଆସନ !!!

