ବଡ ଖବର ଦିବସ ନୁହେଁ : ଜନ ସମ୍ପର୍କ ଦିବସ !!!

0
559

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସମାଜର ଅପ୍ରିୟ ,ନଗ୍ନ ଓ ନିରପେକ୍ଷ ସମ୍ବାଦ ପରିବେଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜନତାଙ୍କ ଚ୍ୟାନେଲ ”ବଡ଼ ଖବର” । ସାଧାରଣ ଲୋକଙ୍କ ସ୍ୱର ପାଲଟି ଥିବା ‘ବଡ଼ ଖବର’ ଆଗକୁ ବଢୁଛି । ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ଭଲ ପାଇବା ହେଉଛି ‘ବଡ଼ ଖବର’ର ପୁଞ୍ଜି । ଲୋକଙ୍କ କଥା କହୁଥିବା ‘ବଡ଼ ଖବର’ ଚାହୁଁଛି ଲୋକଙ୍କ ସହଯୋଗ । ଆଜି ଏପ୍ରିଲ ମାସ ୭ ତାରିଖ ଦିନ କଟକ ସହରର ସିଡିଏ , ସେକ୍ଟର – ୮ ଶିବ ମନ୍ଦିର ପ୍ରାଙ୍ଗଣରେ ‘ବଡ଼ ଖବର’ ଦିବସ ପାଳିତ ହୋଇଯାଇଛି । ‘ ବଡ଼ ଖବର ’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ସହିତ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ସଞ୍ଜିତ ସାମଲ, ମାନବ ଅଧିକାର କର୍ମୀ ପ୍ରଣବ ବିଶ୍ୱାଳ , ଗାନ୍ଧିବାଦୀ ଦେବାଶିଷ ସୂର୍ଯ୍ୟବଂଶୀ, ଅଭିନେତା ଶ୍ରୀତମ ଦାସ, ଶିତିକଣ୍ଠ ମହାପାତ୍ର, ମିଟୁ ମିଥୁନ, ସାର୍ଥକ ରାୟ, ଯୁବ ସମାଜସେବୀ ସୋନୁ ସ୍ୱାଇଁ ଓ ବହୁ ସାମାଜିକ ସଂଗଠନର ସଦସ୍ୟ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here