ନୂତନ ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅର୍ଚ୍ଚନା କୁମାରୀ ମଙ୍ଗରାଜ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସଂସ୍କୃତି ବିଭାଗର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅର୍ଚ୍ଚନା କୁମାରୀ ମଙ୍ଗରାଜ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ , କିପରି ଭାବରେ ଜିଲ୍ଲାର କଳା ସଂସ୍କୃତିର ବିକାଶ ହୋଇ ପାରିବ ତା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା । ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ରାଜ୍ୟ ସରକାର ଏହି ପଦବୀ ପୂରଣ କରି ଥିବାରୁ ଜିଲ୍ଲା ବାସୀ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି । ଜିଲ୍ଲା ରେ ସଂସ୍କୃତି ଭବନଟି ହେଲେ ଜିଲ୍ଲାର କଳା ଓ ସଂସ୍କୃତି ବଞ୍ଚି ରହିବା ସହ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ଓ ବିଶ୍ୱ ଦରବାରରେ କଳା ସଂସ୍କୃତି ପହଞ୍ଚି ପାରିବ . ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ସଂସ୍କୃତି ଭବନଟିଏ କଲେ କଳାକାରଙ୍କ ସହ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରାଯାଉଛି ।

Leave a Reply

Your email address will not be published. Required fields are marked *