ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା କାର୍ଯ୍ୟକ୍ରମ ଏବଂ ପୋଷାକ ବଣ୍ଟନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ନୟାଗଡ ର ଅଗ୍ରଣୀ ସାମାଜିକ ସଂଗଠନ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୋତର, ମାଳିସାହି ନିକଟ ପାହାଡ଼ ମଧ୍ୟ ଭାଗରେ ରହୁଥିବା କିଛି ଜନଜାତି ସମ୍ପ୍ରଦାୟ ର କୁନିକୁନି ପିଲା ଓ ମହିଳା ମାନଙ୍କୁ ପୋଷାକ ବିତରଣ କରାଯିବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଛି । ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା , ନିୟମିତ ନଖ , ଚୁଟି କାଟିବା ସହ ସଫା ପୋଷାକ ପିନ୍ଧିବା ଓ ସଫା ବାସନରେ ଖାଇବା ଆଦି ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନେ ସେମାନଙ୍କୁ ବୁଝାଇଥିଲେ । ଏହି ପରିବାରର ସଦସ୍ୟ ମାନଙ୍କ ପାଇଁ ପକ୍କା ଘର ସାତ ସ୍ୱପ୍ନ ସେମାନେ ପାଇଖାନାର ବ୍ୟବହାର ମଧ୍ୟ ଜାଣନ୍ତି ନାହିଁ ତେଣୁ ଏଣେତେଣେ ଶୌଚ ନହୋଇ ଏକ ଗାତ ଖୋଳି କିଭଳି ସେଠାରେ ସ୍ନାନ ଶୌଚ କରିବେ ସେ ସମ୍ପର୍କରେ ସଚେତନ କରାଯାଇଥିଲା । ଜଙ୍ଗଲ ମଧ୍ୟରେ ପାନୀୟ ଜଳର ସୁବିଧା ନଥିବାରୁ ଝରଣା ପାଣି ଫୁଟାଇ ପିଇବାକୁ ସଚେତନ କରାଯାଇଥିଲା । ପରେ ମାଳିସାହି ନିକଟରେ ରହୁଥିବା କିଛି ପରିବାରକୁ ସଚେତନ କରାଯିବା ସହ ପୋଷାକ ବଣ୍ଟନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ସଂଗଠନର ସନ୍ତୋଷ, ଦେବାଶିଷ, ଉମେଶ, ଆଶୁତୋଷ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *