ପୁରାଣ ପ୍ରସିଦ୍ଧ ଅସୁରେଶ୍ଵର ଶ୍ରୀରାମ ନବମୀ ଯାତ୍ରା ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେଣ୍ଟାଳୋ, ମଲ୍ଲିପୁର ଅସୁରେଶ୍ଵର ପ୍ରସିଦ୍ଧ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପିଠରେ ମହା ସମାରୋହରେ ଶ୍ରୀରାମ ନବମୀ ଯାତ୍ରା ପାଳିତ ହୋଇଛି । ଦୀର୍ଘ ଦୁଇବର୍ଷ ହେବ ମହାମାରୀ କରୋନା ପାଇଁ କେବଳ ଯଥା ରିତି ନିତୀ ଅନୁସାରେ ଯାତ୍ରା ପାଳିତ ହୋଇଥିଲା । ଚଳିତ ବର୍ଷ ଏହି ଓଡ଼ିଶା ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଶ୍ରୀରାମ ନବମୀ ଅବସରରେ ପ୍ରଭୁଙ୍କୁ ଜନ୍ମବେଦୀ ରେ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।ପ୍ରଭୁ ଶ୍ରୀ ରଘୁନାଥ ଙ୍କୁ ଜନ୍ମବେଦୀ ରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ଯାତ୍ରା ବୁଲି ଦେଖିଥିଲେ । ପ୍ରଭୁଙ୍କ ର ପ୍ରିୟ ଭୋଗ ହେଉଛି ବାଣ , ଭକ୍ତ ମାନେ ମାନସିକ ପୁରଣ ହେଲେ ପ୍ରଭୁ ଙ୍କୁ ବାଣ ଲାଗି କରିଥାନ୍ତି । ଆସନ୍ତା ୧୬ ତାରିଖ ପ୍ରଭୁ ଙ୍କ ଓଡ଼ିଶା ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରେ ସମାପନ ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସହିତ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *