ଝାଡ଼େଶ୍ୱର ବିଦ୍ୟାଳୟରେ 5T ରୂପାନ୍ତରୀକରଣ କାର୍ଯ୍ୟ ନିମ୍ନମାନର !!!

0
298

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ନିର୍ମାଣ କାମର ବେସ ତିଆରି ପାଇଁ ଏଷ୍ଟିମେଟ ରେ ଅଛି ଷୋହଳ ଇଞ୍ଚ , ହେଲେ କାମ ହେଇଛି ମାତ୍ର ଚାରି ଇଞ୍ଚ . ଢ଼ଳେଇ ପିଲାର ପାଇଁ ଥ୍ରୀ ଫୋର ଚିପ୍ସ ବ୍ୟବହାର ହେବା କଥା , କିନ୍ତୁ ଠିକାଦାର ଙ୍କ ଇଛାରେ ବ୍ୟବହାର ହୋଇଛି ନିମ୍ନ ଧରଣର ମେଣ୍ଟାଲ . ଯାଜପୁର ଜିଲ୍ଲା , ଦାନଗଦି ବ୍ଲକ ଚିତ୍ରି ପଞ୍ଚାୟତର ଝାଡ଼େଶ୍ୱର ବିଦ୍ୟାଳୟରେ 5 T ରୂପାନ୍ତରୀକରଣ କାର୍ଯ୍ୟରେ ଏପରି ନିମ୍ନମାନର କାମ ହେଉଥିବାର ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀ ଦେଖାଇଛନ୍ତି ଦାଦାଗିରି . ନିଜର କିଛି ସମର୍ଥକଙ୍କୁ ଲଗାଇ , ଅଭିଯୋଗ କରିଥିବା ଜଣେ ଅଭିଭାବକଙ୍କୁ ଧମକ ଦେଇଥିବାର ଜଣାଯାଇଛି . ତେବେ ରାଜ୍ୟରେ କୌଣସି ସ୍ଥାନରେ ଦୁର୍ନୀତିର ଘଟଣା ଘଟିଲେ , ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ 5T ବିଭାଗକୁ ଜଣାଉଥିବା ସମୟରେ , ଏଠି ବିଦ୍ୟାଳୟରେ 5 T ଅନ୍ତର୍ଗତ ରୂପାନ୍ତରୀକରଣ କାର୍ଯ୍ୟରେ ଏପରି ବେପରୱା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି . ବିଦ୍ୟାଳୟର କିଛି ଅଭିଵାବକ ଏ ସମ୍ପର୍କରେ ସୂଚନା ପାଇଁ କାର୍ଯ୍ୟ ସ୍ଥଳ ବୁଲି ଦେଖିବା ପରେ ନିମ୍ନ ମାନର କାମ ହେଉଥିବାର ନିଶ୍ଚିତ ହୋଇଥିଲେ . ଅଭିଯୋଗ କରନ୍ତେ , ସମାଧାନ ତ ଦୂରର କଥା , ବରଂ ବିଭାଗୀୟ ଜେଇ ଙ୍କର ଆକ୍ରୋଶର ଶୀକାର ହେବାକୁ ପଡିଥିଲା .

LEAVE A REPLY

Please enter your comment!
Please enter your name here