ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭଣ୍ଡାରୀ ସାହିରେ ଥିବା ଉତ୍କଳ ହିତୈଷିଣୀ ସଭାଗୃହରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଷୁବ ମିଳନ 2024 ପାଳିତ ହୋଇ ଯାଇଛି।ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଆଶା ଲତା ପାଣିଗ୍ରାହୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଐତିହାସିକ ଓ ଗବେଷକ ଉପାନ୍ତ ପ୍ରହରୀ ପୂର୍ଣ୍ଚଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଡଃ ଅନ୍ନପୂର୍ଣ୍ଣା ଦେବୀ ଅବସର ପ୍ରାପ୍ତ ଅଧ୍ୟକ୍ଷା ସଂସ୍କୃତି ମହାବିଦ୍ୟାଳୟ ସମ୍ମାନିତ ଅତିଥି ପ୍ରସାଦ ନାୟକ ସଂପାଦକ ଦିବ୍ୟ ଜୀବନ ସଂଘ ଯୋଗ ଦେଇ ଆଲୋଚ୍ୟ ବିଷୟ ଶବର ଦେବତା ଶ୍ରୀ ଜଗନ୍ନାଥ ସଂପର୍କରେ ବିଷଦ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପ୍ରେମାଞ୍ଜଳି ପଣ୍ଡା ଅତିଥି ପରିଚୟ ମାନଙ୍କୁ ମଞ୍ଚାସୀନ ହେବା ପାଇଁ ସ୍ୱାଗତ ଜଣାଇଥିବା ବେଳେ ସୁଶ୍ରୀ ସ୍ପେତା ପଟ୍ଟନାୟକ ସ୍ଵାଗତ ଭାଷଣ ପରିବେଷଣ କରିଥିଲେ। ଦୁର୍ଗାପ୍ରସାଦ ସାହୁ, ସହଯୋଗୀ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ଇତିଶ୍ରୀ ମହାପାତ୍ର ମଞ୍ଚାସୀନ ଅତିଥି ମାନଙ୍କ ଉପରେ ପରିଚୟ ପ୍ରଦାନ କରିଥିଲେ। ଆକାଂକ୍ଷା ମହିଳା ସଙ୍ଗଠନର ସମ୍ପାଦିକା ମିନା କୁମାରୀ ଟହଲ ଏବଂ ଭକ୍ତି ସଂସଦର ସଂପାଦିକା ସ୍ନିଗ୍ଧା ମିଶ୍ର କବିତା ସଂଯୋଜନା କରିଥିଲେ। ଏହି ଅବସରରେ ଲକ୍ଷ୍ମୀ ଆମ୍ମା ନନ୍ଦଡ଼ା ଅବସରପ୍ରାପ୍ତ ସ୍ବାସ୍ଥ୍ୟ ପରି ଦର୍ଶିକା, ବ୍ରହ୍ମପୁର ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସରିତା ପାଣିଗ୍ରାହୀ, ସୁନୀତା ବେହେରା , ଡଃ କଲ୍ୟାଣୀ ମିଶ୍ର, ସ୍ଵର୍ଣ୍ଣ ପ୍ରଭା ପାଠୀ ପରିଚାଳନା କରିଥିଲେ। ଏହି ସବୁ କାର୍ଯ୍ୟକ୍ରମକୁ ଅଗ୍ରଗତି କରାଇବା ଦିଗରେ ଗୁରୁଜୀ ସରୋଜ କୁମାର ପଣ୍ଡା, ବିଚିତ୍ରାନନ୍ଦ ବେବର୍ତ୍ତା, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ଶରତ ସାହୁ, ତ୍ରୀପତି ପଣ୍ଡା, ମୁରଲୀ ପରୀଛା, ରାଜେନ୍ଦ୍ର ରଥ ଭରତ ଭୁଷଣ ମହାନ୍ତି ଉପସ୍ଥିତ ରହି ସଫଳ ମଣ୍ଡିତ କରିଥିଲେ। ସଭା ଶେଷରେ ସୁଶ୍ରୀ ଶୀବାନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ !!!

