ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ସୁକିନ୍ଦାଗଡ଼ କାଳୀ ପୂଜା କମିଟି ପକ୍ଷରୁ ସୁକିନ୍ଦାର ଆରାଧ୍ୟ ଦେବୀ ମା ଖଣ୍ଡୁରାଈଙ୍କ ପୀଠ ନିକଟରେ 14 ଓ 15 ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ସ୍ୱାଧୀନ ଦାସ ଓ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ଆଡ଼ଭୋକେଟ ବିବେକାନନ୍ଦ ବୋଷ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିରେ ଯାଜପୁର ଜିଲା ତଥା ସୁକିନ୍ଦା ବ୍ଲକ ଅଞ୍ଚଳର ବହୁ ପ୍ରତିଭାବାନ କଳାକାର ଅଂଶ ଗ୍ରହଣ କରି ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ l କବୟିତ୍ରୀ ଲବଙ୍ଗଲତା ପରିଡା, ଶିକ୍ଷାବିତ ନାରାୟଣ ମହାପାତ୍ର ଓ ବ୍ଲକ କଳା ସଂସ୍କୃତି ସଂଘ ଉପ-ସଭାପତି ମନୋରଞ୍ଜନ ଦାସ ବିଚାରକ ଭାବେ ଯୋଗ ଦେଇଥିଲେ l କୃତିତ୍ୱ ଅର୍ଜନ କରିଥିବା କଳାକାର ମାନଙ୍କୁ କାଳୀପୂଜା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥଲା l ଶେଷରେ କାଳୀପୂଜା କମିଟିର ସଭାପତି ସଞ୍ଜୟ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।
ସୁକିନ୍ଦା କାଳୀପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ !!!

