ପ୍ରସିଦ୍ଧ ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ରେ ରାବଣ ବଧ !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ରେ ରାବଣ ବଧ । ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ୩୫ ଫୁଟ ଉଚ୍ଚର କାଠ ରେ ନିର୍ମିତ ରାବଣ , ଯାହାକୁ ଦେଖିବାକୁ ହଜାର ହଜାର ଲୋକ ଆସିଥାନ୍ତି । ସମସ୍ତ ଅଭିନୟ ସରିବା ପରେ ଶେଷରେ ରାବଣ ବଧ ହୋଇଥାଏ । ମହାବୀର ଙ୍କ ମନ୍ଦିର ରୁ ବାହାରି ଏକ ବିରାଟ ପଟୁଆର ଲଙ୍କା ପୋଡି ଉତ୍ସବ ପଡିଆ ଯାଏ ଆସିଥାଏ । ସମସ୍ତ କଳାକାର ମାନେ ଆସିଥାନ୍ତି । ବ୍ରହ୍ମାସ୍ତ୍ର ନିକ୍ଷେପ କରି ରାମଚନ୍ଦ୍ର ରାବଣ କୁ ବଧ କରିଥାନ୍ତି । ନୀତି ଏବଂ ପୂଜା ସହ ଏହି ବ୍ରହ୍ମାସ୍ତ୍ର ନିର୍ମାଣ ହୋଇଥାଏ । ରାମଚନ୍ଦ୍ର ଅଗ୍ନି ସଂଯୋଗ କରିବା ପରେ, ଏହା ଯାଇ ରାବଣ ଦେହରେ ଅଗ୍ନି ସଂଯୋଗ କରିବା ସହ ପୁଣି ରାମ ଙ୍କ ପାଖକୁ ଫେରି ଆସିଥାଏ । ବିଶ୍ୱାସ ରହିଛି ଯଦି ବ୍ରହ୍ମାସ୍ତ୍ର ନଯାଏ , ତାହେଲେ କୌଣସି ପ୍ରକାର କ୍ଷତି ହୋଇଥାଏ । ସେହିଭଳି ଓଡ଼ିଶାର ବଛା ବଛା ବାଣ ତିଆରି କରୁଥିବା କାରିଗର ମାନେ ଆସିଥାନ୍ତି ଏବଂ ସେମାନଙ୍କ ଭିତରେ ପ୍ରତିଯୋଗିତା ହୋଇଥାଏ । ଲକ୍ଷାଧିକ ଟଙ୍କାର ବାଣ ପୋଡାଯାଏ । ଚଳିତ ବର୍ଷ 11 ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା । ମିନାବଜାର, ରାମଦୋଳି ସହ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ଯାତ୍ରା କୁ ଆହୁରି ସରସ କରିଥାଏ । ଚଳିତ ବର୍ଷ କମେଡି କିଙ୍ଗ ପପୁପମ ପମ ଆସିଥିଲେ । ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ । ସେହିଭଳି ଲଙ୍କା ପୋଡି ଯାତ୍ରାକୁ ଧରି କୁଆଁରିଆ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବ । ଏଥିରେ ଶେଷ ଦିନ କନ୍ଧମାଳ ସାଂସଦ ଯୋଗଦାନ କରିବେ । ତେବେ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାର ଙ୍କ ସ୍ୱତନ୍ତ୍ର ଦୃଷ୍ଟି ପଡିଲେ ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ଆହୁରି ବିକଶିତ ହୋଇ ପାରିବ । ଭାରତ ବର୍ଷରେ , ବନାରସ ପରେ ଦ୍ଵିତୀୟ ସର୍ବ ପୁରାତନ ଲୋକ ନାଟକ ଓ ଲୋକ ଯାତ୍ରାର ଗୌରବ ହାସଲ କରିଛି ଏହି ଦଶପଲ୍ଲା ଲଙ୍କାପୋଡି ଯାତ୍ରା ।

Leave a Reply

Your email address will not be published. Required fields are marked *