ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଅନ୍ତର୍ଗତ ରାମବାଗ ସ୍ଥିତ ଗୋପୀନାଥ କଳା ବିକାଶ କେନ୍ଦ୍ରର ୨୨ ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ନୃତ୍ୟ ସଙ୍ଗୀତ ଆସର ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ହରିହର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନୃତ୍ୟ ଶିଳ୍ପୀ ଭାବରେ ଜାହ୍ନବିକା ପ୍ରିୟଦର୍ଶିନୀ, ଭୂମିକା ଜେନା, ସାଲିନି କର, ପ୍ରିୟଙ୍କା ଜେନା, ଲିଜା ନାୟକ, ଜୟଶ୍ରୀ ମିଶ୍ର, ପ୍ରତିଜ୍ଞା ପ୍ରିୟଦର୍ଶିନୀ, ପ୍ରିୟା୍ମ୍ଶୀ ଧଳ, ସାଇଶ୍ରୀ ଶୁଭଶ୍ରୀ, ସସ୍ମିତା ଜେନା, କଳ୍ପନା କନ୍ୟାକୁମାରୀ, ଆଶାରାଣୀ ସାମଲ, ଅଙ୍କିତା ଦାସ, ସ୍ମୃତି ରେଖା ଜେନା, ହରପ୍ରିୟା ଜେନା, ଦେବସ୍ମିତା ମହାରଣା, ହିମାଦ୍ରୀ ପଣ୍ଡା, ନମିତା ଜେନା ଆଦି ଯୋଗଦାନ କରିଥିଲେ । ଏତଦଦ୍ଭିନ୍ନ ବାଦ୍ୟ ଓ ସଙ୍ଗୀତରେ କଳାକାର ମାନେ ଯୋଗଦାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କଳାବିକାଶ କେନ୍ଦ୍ରର ସମ୍ପାଦକ ହରିହର ଜେନାଙ୍କ ସମ୍ପାଦନାରେ ସଭାକାର୍ଯ୍ୟ ଆୟୋଜିତ କରାଯାଇଥିଲା . ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉନସେଲର ତଥା ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ ଯୋଗଦାନ କରିଥିଲେ । ଏହି ଅବସରରେ ଉତ୍କୃଷ୍ଟ କଳା ପରିବେଷଣ କରିଥିବା ଜୟଶ୍ରୀ ମିଶ୍ର, ଲିଜା ନାୟକ ଓ ପ୍ରିୟଙ୍କା ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର ଭାବରେ ପ୍ରମାଣ ପତ୍ର, ଉପଢୌକନ ଆଦି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏଥିରେ ଅନୁଷ୍ଠାନ ପକ୍ଷରୁ ସାବିତ୍ରୀ ଜେନା, ରବିନାରାୟଣ ମାଝି, ଦୁର୍ଯ୍ୟୋଧନ ଜେନା, ବଘନ ଦାସ, ଗିରିଧାରୀ ଜେନା,ରତ୍ନାକର ଜେନା,ସୁବାସ ନାୟକ,ବଳରାମ ଜେନା ,ଜ୍ୟୋତି ପ୍ରିୟା ଜେନା ,କୃତି ସୁନ୍ଦର ଜେନା ,ଭାଗ୍ୟଶ୍ରୀ ଜେନା ଆଦି ସହଯୋଗ କରିଥିଲେ ।
ଗୋପୀନାଥ କଳାବିକାଶ କେନ୍ଦ୍ରର ୨୨ ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ !!!

