ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ଅସୁରେଶ୍ୱର ମାଲୀପୁର ଠାରେ ଚାଲି ଆସିଥିବା ଓଡିଶା ପ୍ରସିଦ୍ଧ ଶ୍ରୀରାମ ଜନ୍ମ ଠାରୁ ରାବଣ ବଦ୍ଧ ପର୍ଯ୍ୟନ୍ତ ଦୀର୍ଘ ଏଗାର ଦିନର ଯାତ୍ରା ସମ୍ପନ୍ନ ହୋଇଛି . ଏଥିରେ ପ୍ରଥା ଏବଂ ପୁରାଣ ଅନୁଯାୟୀ ସବୁ ବ୍ରାହ୍ମଣ ପରିବାର ର ସଦସ୍ୟ ମାନେ ଏବଂ ଦେବଦାସୀ ହେଉଥିବା ସ୍ତ୍ରୀ ଲୋକ ମାନେ ଯୋଗ ଦେଇଥାନ୍ତି . ଏହି ଯାତ୍ରା ପୁରାଣ ଅନୁସାରେ ପ୍ରବଚନ ମାଧ୍ୟ୍ୟମରେ ସୁଚାରୁ ରୂପେ ବୁଝେଇ ଦିଆଯାଏ . ଏଥିରେ ଶ୍ରୀରାମଙ୍କ ଜନ୍ମ ପରଦିନ ଖଡିଛୁଆଁ ପାଠପଢା , ମହାଦେବ ବିବାହ , ଶିବଧନୁ ଭଗ୍ନ , ସୀତାବିବାହ , ଦଶରଥ କୁ ବରଦାନ ମାଗିଥିବା କୈକେୟୀ ଙ୍କ ଇଛା ଅନୁସାରେ ସତ୍ୟ ସ୍ୱରୂପ ଶ୍ରୀ ଶ୍ରୀ ପ୍ରଭୁ ରାମଚନ୍ଦ୍ର , ଭ୍ରାତା ଲକ୍ଷ୍ମଣ ଏବଂ ପତ୍ନୀ ସୀତାମାତାଙ୍କ ସହିତ ପିତୃ ସତ୍ୟ ପାଳନ କରି ବନବାସୀ ହୁଅନ୍ତି . ବଣରେ ଥିବା ସମୟରେ ସୀତା ଚୋରି ସେତୁ ବନ୍ଦ ପ୍ରତିଷ୍ଠା , ସୀତା ଠାବ ପରେ ଅସୁରକୁଳ ସମେତ ରାବଣ ନିହତ କଲା ପରେ ବିଭିଷଣଙ୍କୁ ରାଜା କରାଯାଇଥାଏ . 11 ଦିନ ଧରି ଚାଲିଥିବା ରାମ ନବମୀ ପୁରାଣ ନିୟମ ଅନୁସାରେ ଶେଷ ହୋଇଛି . ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଏହି ରାମ ନବମୀ ଯାତ୍ରା କୁ ଉପଭୋଗ କରିଥିଲେ .