ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା : ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା , ଅଭିଯୋଗ ପରେ ବି ଶୁଣୁ ନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତୁକୁଡା ଦୁଗ୍ଧ ସମିତିର କର୍ମଚାରୀ । ତୁକୁଡା ଦୁଗ୍ଧ ସମିତିର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଜରପଡା ଶାଖା ଅନ୍ତର୍ଗତ ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରେ ସମିତିର ଏକ ଜମା ଖାତା ଅଛି । ସେହି ଆକାଉଣ୍ଟରୁ ବାରମ୍ବାର ଟ୍ୟାକ୍ସ ବାବଦରେ ଟଙ୍କା କଟିବାରେ ଲାଗିଛି । ଇତି ମଧ୍ୟରେ ଆକାଉଣ୍ଟରୁ ଦୁଇ ଲକ୍ଷ ତେର ହଜାର ଟଙ୍କା କଟି ସାରିଲାଣି । ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ଲାଭ ମିଳିନି । ଏଥି ସହ ସମିତି କହିଛି ଯେ ସରକାରଙ୍କ ତରଫରୁ କରୋନା ଯୋଗୁ ଗୋଖାଦ୍ୟ ସହାୟତା ଯୋଗାଇ ଦିଆ ଯାଇଥିବା ବେଳେ ତୁକୁଡା ଦୁଗ୍ଧ ସମିତିର ଚାଷୀ ସେଥିରୁ ବଞ୍ଚିତ ହୋଇଛନ୍ତି । ଏଣୁ ଏହି ଦୁଇଟି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଦାବି ପତ୍ର ପ୍ରଦାନ କରିଛନ୍ତି ତୁକୁଡା ଦୁଗ୍ଧ ସମିତିର ସଭ୍ୟ ।

Leave a Reply

Your email address will not be published. Required fields are marked *