କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଏକ ଡକାୟତି ମାମଲା ର ବିଚାର କରି ମଙ୍ଗଳବାର ଦିନ ବାଲିଗୁଡା କୋର୍ଟର ସହକାରୀ ଦୌରାଜଜ ଶ୍ରୀମତୀ ଚିନ୍ମୟୀ ଜେନା ଦୋଷୀ ମାନଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଣୀ କରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ୨୦୧୯ ମସିହା ଫେବୃଆରୀ ମାସ ୬ ତାରିଖ ଦିନ ସନ୍ଧ୍ୟା ୬ ଘଣ୍ଟ ସମୟରେ ଭାରତ ଫାଇନାନ୍ସର ଋଣ ଆଦାୟକାରୀ କର୍ମଚାରୀ ମାନେ ରାଇକିଆ ଥାନା ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଆଦାୟ କରି ଫେରୁଥିବା ବେଳେ ରାଇକିଆ ନିକଟସ୍ଥ କରଡ଼ା ଘାଟିରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଛପି ରହିଥିବା ସେହି ଅଞ୍ଚଳ ର ୫ ଜଣ ବ୍ୟକ୍ତି ସୋନି ନାୟକ, ବିଜୟ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଅଧିର ଦଳବେହେରା ଓ ସଞ୍ଜୟ ନାୟକ ଅତର୍କିତ ଭାବେ ଚଢ଼ାଉ କରି ମାରଣାସ୍ତ୍ର ଦେଖାଇ ଆଦାୟ କରିଥିବା ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ କରିଥିବା ନେଇ ରାଇକିଆ ଥାନାରେ ଫାଇନାନ୍ସ କର୍ମଚାରୀ ମାନେ ଏତଲା ଦାଏର କରିଥିଲେ l ଏତଲାକୁ ଭିତ୍ତି କରି କେଶ ନଂ ୬ / ୧୯ ପ୍ରକାରେ ମକଦ୍ଦମା ରୁଜୁ କରି ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା l ଏହି ଘଟଣାର ମଙ୍ଗଳବାର ଶୁଣାଣୀ କରି ଉକ୍ତ ୫ ଜଣ ଡକାୟତ ଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ରେ ଦଣ୍ଡିତ କରାଯାଇଛି l ଏହି ମାମଲାକୁ ବାଲିଗୁଡାର ସରକାରୀ ଓକିଲ ସୁଧାଂଶୁ ମୋହନ ପତି ପରିଚାଳନା କରୁଥିଲେ l
କରଡ଼ା ଘାଟି ରେ ଡକାୟତି ମାମଲା : ୫ ଅଭିଯୁକ୍ତ ଙ୍କୁ ୭ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ !!!

