ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ନୟାଗଡ ସହ ଜିଲ୍ଲା ବ୍ୟାପି ଟାଟା ପାୱାର କମ୍ପାନୀ ର ମନଇଛା ଅଘୋଷିତ ବିଦ୍ୟୁତକାଟ କୁ ଦୃଢ଼ ପ୍ରତିବାଦ କରି ଜିଲ୍ଲା କଂଗ୍ରେସର ତିନି ଜଣିଆ ପ୍ରତିନିଧି ଦଳ ଟାଟା ପାୱାର କମ୍ପାନୀ ଜିଲ୍ଲା ମୁଖ୍ୟ ପରିଚାଳକଙ୍କୁ ସାକ୍ଷାତ କରି ଅଘୋଷିତ ବିଦ୍ୟୁତକାଟ କୁ ତୁରନ୍ତ ବନ୍ଦ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ସମ୍ପ୍ରତ୍ତି ନୟାଗଡ ଜିଲ୍ଲାରେ ୪୨ ଡିଗ୍ରୀ ସେଲସିୟସ ଗ୍ରୀଷ୍ମ ପ୍ରବାହ ରେକର୍ଡ ଛୁଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଟାଟା ପାୱାର କର୍ତୃପକ୍ଷ ଦିନରାତି ବାରମ୍ବାର ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ କରି ବିଦ୍ୟୁତ ଉପଭୋକ୍ତାଙ୍କୁ ମାନସିକ ଶାରୀରିକ ନିର୍ଯାତନା ଦିଆଯାଉଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ମାରକପତ୍ରରେ କୁହାଯାଇଛି l ଅଘୋଷିତ ବିଦ୍ୟୁତ କାଟର ବେଆଇନ ପରମ୍ପରାକୁ ତୁରନ୍ତ ବନ୍ଦ କରି ସ୍ୱାଭାବିକ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଛି ଦଳ l ଆଗକୁ ଯଦି ଏହିଭଳି ଅଘୋଷିତ ବିଦ୍ୟୁତ କାଟ କରି ଜନଜୀବନକୁ ପ୍ରଭାବିତ କରାଯାଏ ତେବେ କଂଗ୍ରେସ କର୍ମୀ ଟାଟା ପାୱାର ଜିଲ୍ଲା ମୁଖ୍ୟାଳୟ ଆଗରେ ଆନ୍ଦୋଳନ କରି କୌଣସି କର୍ମଚାରୀଙ୍କୁ ଅଫିସ ଭିତତକୁ ଛାଡ଼ିବେ ନାହିଁ, ଆଇନ ହାତକୁ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ l ନିୟମିତ ବିଦ୍ୟୁତ ବିଲ ପୈଠ କରୁଥିବା ଉପୋଭୋକ୍ତାଙ୍କୁ ବିଦ୍ୟୁତ କାଟ କରି ନିର୍ଯାତନା ଦେବାର ଅଧିକାର ଟାଟା ପାୱାର କମ୍ପାନୀକୁ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି l ପ୍ରଚଣ୍ଡ ରୌଦ୍ରତାପ ବେଳେ ଅଘୋଷିତ ବିଦ୍ୟୁତ କାଟ ଜନିତ ଜିଲ୍ଲାର ଲକ୍ଷାଧିକ ବିଦ୍ୟୁତ ଉପୋଭୋକ୍ତା ପ୍ରଭାବିତ ହେଉଥିବା ବେଳେ ଜିଲ୍ଲାର ପ୍ରଭାବଶାଳି ମନ୍ତ୍ରୀ ଚୁପ ରହିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି l ପ୍ରତିନିଧି ଦଳରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଡିସିସି ସାମାଜିକ ଗଣମାଧ୍ୟମ ଆବାହକ ଜୁଲଫିକର ଅଲ୍ଲୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ବୋଲି ଡିସିସି ପକ୍ଷରୁ ପ୍ରେସ ବାର୍ତ୍ତା ରେ ପ୍ରକାଶ କରାଯାଇଛି ।
ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାକୁ ଟାଟା ପାୱାର କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଜିଲ୍ଲା କଂଗ୍ରେସ ର ଚେତାବନୀ !!!

