ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା: ସପ୍ତାହାନ୍ତ ସଟଡାଉନ ପାଇଁ ଢେଙ୍କାନାଳ ପୋଲିସ ତରଫରୁ କଡ଼ା ଚେକିଂ କରାଯାଉଛି । ସହରର ବିଭିନ୍ନ ଛକ ମାନଙ୍କରେ ଚେକିଂ ଜୋରଦାର ଚାଲିଥିଲା । ଲୋକମାନେ କିଭଳି ଭାବେ ଘରୁ ନବାହାରି ଘରେ ସୁରକ୍ଷିତ ରହିବେ ସେଥିପାଇଁ ସରକାର ଏହି ସଟଡାଉନ ଘୋଷଣା କରିଛନ୍ତି । କିନ୍ତୁ ସହରର ମୁଖ୍ୟ ରାସ୍ତାକୁ ଦେଖିଲେ ଏପରି ଲାଗେ ଲୋକମାନେ ଏହା ବିଷୟରେ ସମ୍ପୂର୍ଣ ଅଜ୍ଞ । ଲୋକମାନେ ସରକାରଙ୍କର ଏହି କରୋନା ବିରୋଧୀ ଯୁଦ୍ଧ କୁ ସଫଳ କରିବା ପ୍ରତି ବଦଳରେ ସଂକ୍ରମଣର ସହାୟକ ହେଉଛନ୍ତି । ତେଣୁ ଏହି ଅମାନିଆ ମାନଙ୍କୁ ସହରର ଛକ ମାନଙ୍କରେ କଡ଼ା ଚେକିଂ କରିବା ସହ ଆର୍ଥିକ ଜରିମାନା ମଧ୍ୟ ଆଦାୟ କରାଯାଉଛି । ଯାହାଫଳରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି । ଏଠାରେ ପ୍ରଶ୍ନ ଉଠେ କି ଯଦି ଲୋକମାନଙ୍କ ମଧ୍ୟରେ ସ୍ୱତଃ ପ୍ରବୃତ୍ତ ଭାବେ ସଚେତନତା ସୃଷ୍ଟି ନ ହୁଏ ,ତେବେ କେତେଦିନ ଏଭଳି ଭାବେ ସରକାର ତଥା ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ରୋକିବାରେ ସହାୟ ହେବ ? ତେଣୁ ସମସ୍ତ ଜନସାଧାରଣ ଘରେ ରହିବା ଦ୍ୱାରା ନିଜେ ସୁରକ୍ଷିତ ରହିବା ସହ ପରିବାରର ସୁରକ୍ଷା କରିବାରେ ସମର୍ଥ ହେବ ।