କବିସୂର୍ଯ୍ୟ ବ୍ରହ୍ମା ମଠରେ ଶ୍ରୀମଦ୍ ଭଗବତ ଗୀତା ଷଷ୍ଠ ଦିନାତ୍ମକ ଜ୍ଞାନଯଜ୍ଞ ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଓ କେନ୍ଦ୍ରାପଡା ଜିଲ୍ଲାର ମିଳନ ସ୍ଥଳ ଅସୁରେଶ୍ଵର ଡାବଳ ଗ୍ରାମର କବିସୂର୍ଯ୍ୟ ବ୍ରହ୍ମା ମଠରେ ଶ୍ରୀମଦ୍ ଭଗବତ ଗୀତା ଜ୍ଞାନଯଜ୍ଞ ଗତ ୨୨ ତାରିଖରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ଅନୁଷ୍ଠିତ ହେଉଛି । ଏହି ଭଗବତ ଜ୍ଞାନଯଜ୍ଞ ଚର୍ଚ୍ଚା ରେ ବେଦାନ୍ତ ଶିକ୍ଷା ସଂସ୍ଥାନ , ନିମାପଡାର ସନ୍ଥ ରାମେଶ୍ଵରାନନ୍ଦ ସରସ୍ବତୀ ମହାରାଜା ପ୍ରତ୍ୟେକ ଦିନ ସଂଧ୍ୟା ରେ ଭାଗବତ ବାଣୀ ଓ ଜ୍ଞାନ ଚର୍ଚ୍ଚା କରୁଛନ୍ତି । ଏହି ଆଧ୍ୟାତ୍ମିକ ଭଗବତ ବାଣୀ ଓ ନାମଯଜ୍ଞ ରେ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ସନାତନ ଧର୍ମ ଜଗନ୍ନାଥ ସଂସ୍କୃତି ଚେତନାର ଉପରେ ଆଲୋକପାତ କରୁଛନ୍ତିି । କବିସୂର୍ଯ୍ୟ ବ୍ରହ୍ମା ମଠ ର ସଭ୍ୟ ଉପେନ୍ଦ୍ର ସିଂହ, ଅସୁରେଶ୍ଵର ପଞ୍ଚାୟତ ପୂର୍ବତନ ସରପଞ୍ଚ ମହେଶ୍ୱର ବାରିକ, ହୃଷିକେଶ ରାୟ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *