ସରକାର ଙ୍କ ଟଙ୍କା ଲୁଟିଲେ ଠିକାଦାର ଓ ସରକାରୀ ବାବୁ !!!

0
419

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଏକ ଆଚମ୍ବିତ ଘଟଣା . ଫଳକ ଲାଗି ନଥିବା ଏକ କୃଷି ବୈଠକ ଗୃହ ତିଆରି କରାଯାଉଛି , ଆଜକୁ ପ୍ରାୟ ତିନି ବର୍ଷ ହେବ ନିର୍ମାଣ କାର୍ଯ୍ୟ ଚାଲୁଅଛି . ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ହୋଇନାହିଁ . ଗୃହ ନିର୍ମାଣ କାମ ଏପରି ଭାବେ ହେଉଛି ବାଲି ସିମେଣ୍ଟ ନାମକୁ ମାତ୍ର , ଯେପରି ହାତ ମାରିଲେ ଗୃହରୁ ଇଟା ବାହାରି ପଡୁଛି . ଏ ବିଷୟରେ ସରପଞ୍ଚ ଙ୍କୁ ପଚାରିଲେ ସରପଞ୍ଚ ମହୋଦୟା ଏ ବିଷୟରେ ମୁଁ କିଛି ଜାଣିନି , ଏ କାମ ଆମ ପାଞ୍ଚାୟର ନୁହେଁ କହି ରୋକ ଠୋକ ମନା କରିଦେଲେ . ଠିକାଦାର ବାବୁଙ୍କର ଦର୍ଶନ ମିଳୁନାହିଁ , ଯୋଉ ମିସ୍ତ୍ରୀ ମାନେ କାମ କରୁଛନ୍ତି ସେମାନେ କିଛି କହିବା ପାଇଁ ନାରାଜ ଆମ ଠିକାଦାର କିଛି କହିବା ପାଇଁ ଆମକୁ ମନା କରିଛି . ମିସ୍ତ୍ରୀ ଙ୍କ କହିବା କଥା ଯଦି ତୁମେ ମାନେ କାମ ବନ୍ଦ କରିବ ତାହେଲେ ଆମ ମଜୁରୀ ଆମକୁ ଦେଇଦିଅ . ଏଠାରେ ମୂଳ କଥାହେଲା ସରକାରଙ୍କ ଗେହ୍ଲାପୁଅ କୃଷକ ମାନେ ସବୁକ୍ଷେତ୍ରରେ ଆଗକୁ ଥିବାବେଳେ ତାଙ୍କପ୍ରତି ଅବହେଳା କାହିଁକି . ଏ ଯେଉଁ ଗୃହଟି ତିଆରି କରାଯାଉଛି କୃଷକ ଙ୍କ ହିତରେ ନା ଆଉ କହା ସ୍ୱାର୍ଥରେ ?? ଆମେ ଏବିଷୟରେ ବ୍ଲକ ରେ ଥିବା କୃଷି ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଗୃହ ନିର୍ମାଣ କାର୍ଯ୍ୟ ଆମର ନୁହେଁ , ଆପଣ ମାନେ ସାଲେପୁର ଅଫିସ କୁ ଯାଆନ୍ତୁ . ସାଲେପୁର ଠାରେ ଥିବା କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଏକାମ ଆମ ଅଫିସର ନୁହେଁ ଆପଣ କଟକ ଅଫିସ ଯାଆନ୍ତୁ . ତେବେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଏପରି ଖାପଛଡ଼ା ଉତ୍ତର ରୁ ଏକଥା ସ୍ପଷ୍ଟ ଯେ , ସବୁ ସମସ୍ତଙ୍କ ଜାଣତରେ ଚାଲିଛି . ଠିକାଦାର ଆଉ ସରକାରୀ ବାବୁଙ୍କର ମଧୁଚନ୍ଦ୍ରିକା ଚାଲିଛି .

LEAVE A REPLY

Please enter your comment!
Please enter your name here