ମର୍ମନ୍ତୁଦ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ବ୍ରଜନାଥପୁର ସରପଞ୍ଚ ଓ ତାଙ୍କ ପରିବାର !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ୫୩ ନଂ ଜାତୀୟ ରାଜପଥ ତାଳଚେର ଗୋଡିବନ୍ଧ ନିକଟସ୍ଥ ରାଧାରଣପୁର ଛକ ନିକଟରେ ଦୁଇ ଟ୍ରକ ମଧ୍ୟରେ ସାମ୍ନାସାମ୍ନି ଧକ୍କାରେ ବ୍ରଜନାଥପୁର ସରପଞ୍ଚ ଙ୍କ କାର ଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ସମ୍ପୂର୍ଣ୍ଣ ପରିବାର । ସୂଚନା ମୁତାବକ ବ୍ରଜନାଥପୁର ସରପଞ୍ଚ ନରେଶ ଚନ୍ଦ୍ର ବେହେରା ତାଙ୍କ କାର କୁ ରାସ୍ତା କଡରେ ଛିଡା କରି ନିକଟସ୍ଥ ଦୋକାନକୁ କିଛି କାମ ପାଇଁ ଯାଇଥିଲେ . କାର ଭିତରେ ତାଙ୍କ ସ୍ତ୍ରୀ ଓ ତାଙ୍କର ଦୁଇ ସନ୍ତାନ ଥିଲେ । ଠିକ ସେହି ସମୟରେ ଉଭୟ ପଟରୁ ଦ୍ରୁତଗତି ରେ ଆସୁଥିବା ଗୋଟିଏ ପାଉଁଶ ବୋଝେଇ ଟ୍ରକ ଓ ଅନ୍ୟ ପଟୁ ଆସୁଥିବା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଓ ରାସ୍ତା କଡରେ ଛିଡା ହୋଇଥିବା ଶ୍ରୀ ବେହେରାଙ୍କ କାର ଟିକୁ ଧକ୍କା ଦେଇଥିଲା . ଫଳରେ କାର ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ଓ ଭାଗ୍ୟ ବଶତଃ ସମ୍ପୂର୍ଣ୍ଣ ପରିବାର ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରି ରାସ୍ତା ଅବରୋଧ କରିଛନ୍ତି । ଟ୍ରକ ଡ୍ରାଇଭର ଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *