ଜାଡୁଆଣି ବସର କର୍ମଚାରୀ ବାଉରିଆ ଭାଇ ଙ୍କୁ ଶ୍ରଦ୍ଧାଞ୍ଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଗତସିଂହପୁର ଜିଲ୍ଲା ଘୋରୋଇ ମୋଟର ପରିବହନ କର୍ମଚାରୀ ସଂଘର ସଭ୍ୟ ବାଉରୀବନ୍ଧୁ ଜେନାଙ୍କ ଏକାଦଶ ବିବସରେ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା । ସଭାରେ ସଂଘର ସାଧାରଣ ସମ୍ପାଦକ ଚକ୍ରବର୍ତ୍ତୀ ଓତା, ସହ ସମ୍ପାଦକ ଦୀପକ ଲେଙ୍କା, କୋଷାଧ୍ୟକ୍ଷ ହେମନ୍ତ ମହାନ୍ତି ଓ ସଭ୍ୟ ତପନ ମହାନ୍ତି, ଲିଟୁନା ପଢିହାରି, ସୁକାନ୍ତ ମହାନ୍ତି, ନାରାୟଣୀର ବାବୁଲା ଭାଇ, ସାଗର ବାରିକ୍ , ଉମାକାନ୍ତ ନାୟକ, ସଚ୍ଚିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ମୃତି ଚାରଣରେ ବାଉରିଆ ଭାଇ ଜଣେ ମେଲାପି, ମିଷ୍ଟଭାଷୀ ,ସାହସୀ, ପରୋପକାରୀ ବୋଲି ସାଧୁଚରଣ ସ୍ବାଇଁ କହିଥିଲେ । ସେହି ସଭାରେ ତାଙ୍କ ଧର୍ମପତ୍ନୀ ଗଙ୍ଗା ଦେବୀ ଦୁଇ ପୁତ୍ର ପାର୍ଥ ସମ୍ବିତ ଜେନା, ପ୍ରୀୟଜିତ ଜେନା, ଝିଅ ମୋନାଲିସା ଜେନା, ଲକ୍ଷ୍ମୀପ୍ରିୟା ଜେନା, ଜ୍ବାଇଁ ମାନସ କୁମାର ମହାନ୍ତି, ଆଶିଷ ମହାନ୍ତି, ଭାଇ ରଞ୍ଜନ କୁମାର ଜେନା, ମାନଭଞ୍ଜନ ଜେନା ପ୍ରମୂଖ ଉପସ୍ଥିତ ଥିଲେ . ସଂଘର ସଭ୍ୟ ମାନଙ୍କ ଉପସ୍ଥିତିରେ ୨୦,୧୦୦ ( କୋଡ଼ିଏ ହଜାର ଶହେ ) ଙ୍କା ସଂଘ ତରଫରୁ ସାହାଯ୍ୟ ଦିଆ ଯାଇଛି । ଶେଷରେ ସଂଘର ସଭାପତି ଆଇନଜୀବୀ ଶ୍ରିମିକ ନେତା ଚିନ୍ମୟ ଦାସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର ସଂଘର ସଭ୍ୟ ମାନଙ୍କୁ ସାଧୁବାଦ ଦେଇଥିଲେ । ଜଗତସଂହପୁର ଜିଲ୍ଲା ବସ ମାଲିକ ସଂଘର ସମ୍ପାଦକ ଲକ୍ଷ୍ମୀଧର ବିଶ୍ଵାଳ ଜିଲ୍ଲା ରେ ଚାଲୁଥିବା ସମସ୍ତ ବସ କର୍ମଚାରୀ ମାନଙ୍କୁ ଭଲ କାମ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *