ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ . କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ କେରୁଆଁପାଳ ପଂଚାୟତରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଏହି ପଂଚାୟତ ଅନନ୍ତକେଶରୀ ଗାଁ ର ସଞ୍ଜୟ ଗିରି ନାମକ ଯୁବକ ଜଣକ ଟ୍ୟୁବୱେଲ ପାଖରେ ଏକାକି ଥିବା ନାବାଳିକା କୁ ଟାଣି ନେଇ ଘରେ ଜୋର ଜରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା l ପରେ ଜୋର କଷ୍ଟ ହେବାରୁ ନାବାଳିକା ଚିତ୍କାର କରି ବାହାରକୁ ଦୌଡ଼ି ପଳାଇ ଆସିଥିଲା l ଖବର ପାଇ ନାବାଳିକା ର ବାପା ମା ପଶ୍ଚିମ ବଙ୍ଗରୁ ଫେରି ନାବାଳିକା ଛାତ୍ରୀ ଜଣଙ୍କୁ ପଚାରି ବୁଝିବା ପରେ ନାବାଳିକାର ମାଆ ତାଳଚୁଆ ସାମୁଦ୍ରିକ ଥାନା ରେ ଗତ ମାସ 28 ତାରିଖ ରେ ଅଭିଯୋଗ କରିଥିଲେ l ମାତ୍ର ଏହା ଭିତରେ 6 ଦିନ ବିତି ଯାଇଥିଲେ ମଧ୍ୟ ଏକ ମାମଲା ରୁଜୁ କରି ପୋଲିସ ଚୁପ ଚାପ ବସି ରହିଛି l ସେପଟ ରେ ଅଭିଯୁକ୍ତ ଗାଁ ରେ ବୁଲି ପୀଡିତାଙ୍କ ପରିବାର କୁ ବିଭିନ୍ନ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି l ଥାନାରୁ ନ୍ୟାୟ ନ ମିଳିବାରୁ ବାଧ୍ୟ ହୋଇ ପଟ୍ଟାମୁଣ୍ଡାଇ ଏସ ଡି ପି ଓ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ଓ ତାଙ୍କ ପରିବାର l ଆସାମୀ କୁ ତୁରନ୍ତ ଗିରଫ କରିବା ସହ ନ୍ୟାୟ ପ୍ରଦାନ ପାଇଁ ପରିବାର ପକ୍ଷ ରୁ ଦାବି ରହିଛି l

Leave a Reply

Your email address will not be published. Required fields are marked *