ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋ ର ମିଳିତ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ରୋଟାରୀ ରୟାଲ କ୍ଲବ ଓ ପାର୍ବତୀ ହିରୋ ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାର୍ବତୀ ହିରୋ ପରିସରରେ ଆୟୋଜିତ ଏହି ଶିବିରକୁ ପ୍ରଧାନ ନର୍ସିଂହୋମର ବରିଷ୍ଠ ଡାକ୍ତର ଗୁରୁ ଚରଣ ପ୍ରଧାନ ଉଦଘାଟନ କରିଥିଲେ । ଏହି ଅବସରରେ ସେ ରକ୍ତଦାତା ଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ରୋଟାରୀ କ୍ଲବର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ରୋଟାରୀ କ୍ଲବ ସଭାପତି ରୋଟାରିଆନ୍ ଅଶୋକ ମାଣ୍ଡୋଠିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ରକ୍ତ ଭଣ୍ଡାର ର ଆବଶ୍ୟକତା କୁ ଲକ୍ଷ୍ୟ କରି ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଆଗାମୀ ଦିନରେ କ୍ଲବ ଏଭଳି କାର୍ଯ୍ୟ ଜାରି ରଖିବାକୁ ଡା.ପ୍ରଭାତ କୁମାର ପଣ୍ଡା ଅନୁରୋଧ କରିଥିଲେ । ଆଜିର ଶିବିରରେ ୪୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମ୍ପାଦକ ଅମ୍ବିକା ପ୍ରସାଦ ସାହୁ, ରକ୍ତ ଭଣ୍ଡାର ଅଧିକାରୀ ଡ.ସତ୍ୟବ୍ରତ ପାଟ୍ଟଯୋଶୀ, ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *