ସମସ୍ୟା ଘେରରେ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ !!!

0
168
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମସ୍ୟା ଘେରରେ ରହିଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ପଦବୀ ପୂରଣ ହେଉ ନଥିବାରୁ ଜିଲ୍ଲାର ବିକାଶରେ ବାଧକ ସାଜୁଛି । ଯଦି କୌଣସି ଅଧିକାରୀ ଆସନ୍ତି ତିନି ଚାରି ମାସ ପରେ ଅବସର ପ୍ରାପ୍ତ କିମ୍ବା ଅନ୍ୟତ୍ର ବଦଳି ହୋଇଯାନ୍ତି । ସ୍ଥାୟୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅବସ୍ଥାପିତ ହୋଇ ପାରୁନାହିଁ । ତେଣୁ ସ୍ଥାୟୀ ମତ୍ସ୍ୟ ଅଧିକାରୀ ଦେବା ସକାଶେ ଜିଲ୍ଲାରେ ଦାବି ହେଉଛି । ଅନ୍ୟ ପଟେ ବିଭାଗର ଅନ୍ୟ କର୍ମଚାରୀ ମାନଙ୍କୁ ଦୀର୍ଘ ଦିନ ହେଲା ବଦଳି ହେଉ ନଥିବା ମଧ୍ୟ ଅଭିଯୋଗ ହେଉଛି । ଏପଟେ ମୋ ସରକାର , 5 T କହୁଥିବା ବେଳେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମିତି ବୈଠକରେ କର୍ମଚାରୀ ମାନେ ଉପସ୍ଥିତ ରହୁ ନଥିବାରୁ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏପଟେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ତେଣୁ ରାଜ୍ୟ ସରକାର ସ୍ଥାୟୀ ମତ୍ସ୍ୟ ଅଧିକାରୀ ସାଙ୍ଗକୁ ଦୀର୍ଘ ଦିନ ଅବସ୍ଥାପିତ କର୍ମଚାରୀଙ୍କ ବଦଳି ସକାଶେ ଜନ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here