ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦେଶରେ ରନ୍ଧନ ଗ୍ୟାସ ଦର ମାତ୍ରାଧିକ ବୃଦ୍ଧି ସହିତ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଯୋଗୁଁ ଖାଉଟି ମାନେ ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ଦର ବୃଦ୍ଧି ଦ୍ୱାରା ଆର୍ଥିକ ଅନଟନରେ ପଡି ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ଏଣୁ କେନ୍ଦ୍ର ସରକାରଙ୍କ ଏହି ନୀତି କୁ ବିରୋଧ କରି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆ ଯାଇଥିଲା । ନବ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ବ୍ରଜବନ୍ଧୁ ସାହୁ, ତୀର୍ଥବାସୀ ସାହୁ, ସୁବାସ ପ୍ରଧାନ, ପ୍ରହଲ୍ଲାଦ ସାହୁ, ମାନସୀ ସ୍ୱାଇଁ ଙ୍କ ସମେତ ଆଡଭୋକେଟ ପ୍ରମୋଦ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେମାନେ କେନ୍ଦ୍ର ସରକାରଙ୍କ ଅଚ୍ଛେ ଦିନର ଘୋଷଣାକୁ ତୀବ୍ର ସମାଲୋଚନା କରିବା ସହ ଦର ଦାମ ନିୟନ୍ତ୍ରଣ କରିବା ପାଇଁ ଦାବି ରଖିଥିଲେ ।