ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାଭେଲର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବରଯାତ୍ରୀ ଗାଡ଼ିରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାଭେଲର । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ସ୍ଥାନୀୟ ନତଡ଼ା ପଞ୍ଚାୟତ ଆମ୍ବପାଳ ଗାଁରୁ ୧୫-୨୦ ଜଣ ବରଯାତ୍ରୀଙ୍କୁ ନେଇ ଏକ ଟ୍ରାଭେଲର ହିଙ୍ଗୁଳା ମନ୍ଦିର ନିକଟସ୍ଥ କୁସୁମପାଳ ଯାଇଥିଲା । ସେଠାରୁ ଫେରିବା ବେଳେ ବାଟରେ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଗାଡ଼ିରେ ନିଆଁ ଲାଗିବା ଦେଖି ଯାତ୍ରୀ ମାନେ ଜୀବନ ବିକଳରେ ଦୂରକୁ ଦୌଡ଼ି ପଳାଇଥିଲେ , ତା ପରେ ରାସ୍ତା ଉପରେ ହିଁ ଗାଡ଼ି ଜଳି ଯାଇଥିଲା । ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ।

Leave a Reply

Your email address will not be published. Required fields are marked *