ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ନୂଆଗଡ ବ୍ଲକର ବିଭିନ୍ନ ୫ ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି । ପିଡି ଡିଆର୍ଡିଏ ଶ୍ରୀ ନାଏକ କେରେଡାଙ୍ଗ ଠାରେ ଥିବା ହାଇସ୍କୁଲ, ସରଳାପଦର ଗ୍ରାମ ଠାରେ ଥିବା ହାଇସ୍କୁଲ ଏବଂ ନୂଆଗଡ ଠାରେ ଥିବା ଏଲ୍ଏନ୍ ବିଦ୍ୟାପୀଠ ଆଦି ର ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ । ବିଦ୍ୟାଳୟ ଗୁଡିକରେ ଚାଲିଥିବା ସ୍ମାର୍ଟ ବୋର୍ଡ, ଇ-ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳପଡିଆ, ବଗିଚା ଆଦି ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହ ବକେୟା କାମ ଗୁଡିକୁ ଅତି ଶୀଘ୍ର ସମାପନ କରିବା ପାଇଁ ପରାମର୍ଶ ଦେଇଥିବାର ଜଣାପଡିଛି । ପିଡିଙ୍କ ଏହି ପରିଦର୍ଶନ ସମୟରେ ବ୍ଲକସ୍ତରୀୟ ଅଧିକାରୀ, ସହକାରୀ ଯନ୍ତ୍ରୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ବିଭିନ୍ନ ବିବରଣୀ ସମ୍ପର୍କରେ ଆଲୋଚନା କରିଥିଲେ ।
୫ ଟି ରୂପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପିଡି ଡିଆର୍ଡିଏ !!!

