ଗେଡ଼ିଆପଲ୍ଲୀରେ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦଘାଟନ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡ଼ିଆପଲ୍ଲୀଠାରେ ସ୍ଥାନୀୟ ଲୋକଙ୍କ ସୁବିଧା ସୁଯୋଗ ପାଇଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ କବିତା ମଞ୍ଜରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଗୌଡ଼ ନୂଆ ଗାଁ ପ୍ରାଥମିକ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ହରପ୍ରିୟା ଧଳ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ରୋଗୀକୁ ଠିକ ସମୟରେ ସଠିକ ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଏହି ସ୍ୱାସ୍ଥ୍ୟଉପକେନ୍ଦ୍ରଟି ସୁବିଧା ହେବ ବୋଲି ଡାକ୍ତର ଶ୍ରୀମତୀ ଧଳ କହିଥିଲେ। ପୂର୍ବରୁ ପ୍ରାଥମିକ ଚିକିତ୍ସା ପାଇଁ ରୋଗୀମାନେ ଦୂରଦୂରାନ୍ତର ଯାଇ ଚିକିତ୍ସା ହେଉଥିଲେ । ତେବେ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରଟି ଖୋଲିବା ପରେ ରୋଗୀମାନେ ଏଠାରେ ପ୍ରାଥମିକ ଚିକିତ୍ସାର ସୁଯୋଗ ପାଇବେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମକୁ ଗାୟକ ଭାଷାରତ୍ନ ଖଗେଶ୍ବର ମାର୍ଥା ସଂଯୋଜନା କରିଥିଲେ। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ନୂତନଭାବେ ଯୋଗଦାନ ଦେଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ଅଳକା ରାଉତ , ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ସସ୍ମିତା ପରିଡା , ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦୁର୍ଗା ପ୍ରସାଦ ସେନାପତି , ସ୍ଥାନୀୟ ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ , ସମିତିସଭ୍ୟ , ନାଏବ ସରପଞ୍ଚ , ୱାର୍ଡମେମ୍ବର ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *