ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କରଣ ସାହିରେ ଥିବା ଶ୍ରୀ ନୃସିଂହ ନାଥ ମନ୍ଦିରରେ ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ସମୟରୁ ପ୍ରଭୁ ଶ୍ରୀ ନୃସିଂହନାଥଙ୍କୁ ରୀତିନୀତି ଅନୁଯାୟୀ ଅଭିଷେକ କରାଯାଇଥିଲା । ସନ୍ଧ୍ୟା ସମୟରେ ଠାକୁରଙ୍କୁ ମନ୍ଦିରରେ ଜନ୍ମର ଉତ୍ସବ ଆୟୋଜନ କରାଯାଇଥିଲା । ସକାଳ ଠାରୁ ରାତ୍ର ପର୍ଯ୍ୟନ୍ତ ପ୍ରବଳ ଜନ ଗହଳି ଲାଗି ରହିଥିଲା । ପାରଳା ସହରର ଏକ ମାତ୍ର ନୃସିଂହ ମଠ ଥିବା ଯୋଗୁଁ ଅସାଧାରଣ ଭିଡରେ ଭକ୍ତ ମାନେ ଦୀପ ଧୂପ ଭୋଗ ପଣା ଆଦି ଲଗାଉଥିଲେ । ମଠର ମହନ୍ତ ଶ୍ରୀ ମଦନ ମୋହନ ଦାସ ଜୀଙ୍କ ତତ୍ୱବାଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ମନ୍ଦିର ର ବାବା ମଧୁସୂଦନ ଦାସ ଜୀ , ପୂଜକ ନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ । ବହୁ ଭକ୍ତ ବରୁଣ ଠାକୁର ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରି ସମସ୍ତଙ୍କ ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିଥିଲେ ।
ପାରଳାଖେମୁଣ୍ଡି ରେ ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ପାଳିତ !!!

