ହେଲ୍‌ଥ କରିଡର ପାଚେରୀ ରେ ଧକ୍କା ଖାଇଲା ଦ୍ରୁତଗାମୀ କାର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜଗନ୍ନାଥ ମନ୍ଦିର ବିଏଡ଼ କଲେଜ ରାସ୍ତାରେ ରାତି ପ୍ରାୟ ସାଢ଼େ ବାରଟା ସମୟରେ ଏକ ଦ୍ରୁତଗାମୀ କାର ଧକ୍କାରେ ହେଲ୍‌ଥ କରିଡର ପାଚେରୀ ଭାଙ୍ଗି ଯାଇଛି । ଉକ୍ତ କାରଟି ( ଓଡ଼ି୦୨ ବିଟି ୮୭୬୩ ) ବିଏଡ଼ କଲେଜ ଆଡକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଡାହାଣ ପାଖ ପାଚେରୀ ଭାଙ୍ଗି ଏକ ଗଛରେ ପିଟି ହୋଇ ଯାଇଥିଲା । ଏହି ଦୁର୍ଘଟଣା ରେ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ଦୁର୍ଘଟଣା ପରେ କାର ଚାଳକ ଗାଡି ଛାଡି ଫେରାର ହୋଇ ଯାଇଥିଲା । ଯଦି ଦୁର୍ଘଟଣା ଶହେ ଦୁଇଶହ ମିଟର ଆଗରେ ଘଟିଥାନ୍ତା ତେବେ ପରିସ୍ଥିତି ଭୟାନକ ହୋଇଥାନ୍ତା । କାରଣ ବିଏଡ଼ କଲେଜ ଛକରେ ପାଲା ହେଉଥିବାରୁ ସେଠାରେ ଜନ ସମାଗମ ଅଧିକ ଥିଲା ।

 

Leave a Reply

Your email address will not be published. Required fields are marked *