ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ରତନପୁର ଗ୍ରାମବାସୀ !!!

0
1490

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରରେ ବିଦ୍ୟୁତ ଆଘାତ ଲାଗି ଗୁରୁତର ଯୁବକଙ୍କୁ କ୍ଷତିପୂରଣ ଦାବିରେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ରତନପୁର ଗ୍ରାମବାସୀ . ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କିଛି ବିଦ୍ୟୁତ କର୍ମଚାରୀଙ୍କୁ ଗ୍ରାମବାସୀ ଦୀର୍ଘ ସମୟ ଧରି ଅଟକ ରଖିଛନ୍ତି ଏବଂ ପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ତାଙ୍କୁ ମୁକ୍ତ କରିଥିବାର ଜଣା ପଡିଛି । ସୂଚନା ମୁତାବକ ଗତ ୧୪ ତାରିଖରେ ଉକ୍ତ ଗ୍ରାମର ଗୋଲଖ ବେହେରା ନାମକ ଜଣେ ଯୁବକ ବିଦ୍ୟୁତ ଟ୍ରାନ୍ସଫର୍ମରରେ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ , ଯେଉଁଥିରେ ତାଙ୍କ ବାମ ହାତ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଡାହାଣ ହାତର ମଧ୍ୟ ଅନେକ ଅଂଶ ନଷ୍ଟ ହୋଇ ଯାଇଛି । ତେବେ ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱରେ ସୁରକ୍ଷା ପାଚେରି ନଥିବା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତ୍ୱ ଦେଇ ଆଜି ସକାଳେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱରେ ତାର ପକାଇବା ପାଇଁ ଯାଇଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ । ଆହତ ଗୋଲଖ ଙ୍କୁ କ୍ଷତିପୂରଣ ଦାବିରେ ତାଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ମାନେ ବିଦ୍ୟୁତ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଖବର ପାଇ ବାଣପୁର ଅତିରିକ୍ତ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ସେମାନେ ବିଦ୍ୟୁତ କର୍ମଚାରୀଙ୍କୁ ମୁକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here