ଜଙ୍ଗଲ ମଧ୍ୟରୁ ୮୦ ଲିଟର ଦେଶୀ ମଦ ଜବତ : ତିନି ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନାର କାର୍ଯ୍ୟରତ ଅଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ବିଶେଷ ସୂତ୍ରରୁ ସୂଚନା ପାଇ ବୈରୀମାଳ ଗ୍ରାମ ପାଖ ଜଙ୍ଗଲ ମଧ୍ୟରେ ଥିବା ପାଣିଖିଆ ନାଳ ପାଖରେ ଚଢ଼ାଉ କରି ୮୦ ଲିଟର ଦେଶୀ ମଦ ଜବତ କରିବା ସହିତ , ବେଆଇନ ଦେଶୀ ମଦ ବନାଇବା କାର୍ଯ୍ୟରେ ଲିପ୍ତ ଥିବା ତିନିଜଣ ବ୍ୟକ୍ତି ଙ୍କୁ ଗିରଫ କରିଛନ୍ତି . ଗିରଫ ଅଭିଯୁକ୍ତ ମାନେ ବଳରାମ ସ୍ୱାଇଁ , କୋଦଣ୍ଡଧର ମଲ୍ଲିକ ଏବଂ ଘନଶ୍ୟାମ ଓଝା . ଅଭିଯୁକ୍ତ ନାମରେ 196 / 21 ରେ ମାମଲା ରୁଜୁକରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *