ଭଙ୍ଗାଗଲା ବିବାଦ ରେ ଥିବା ଅନୁଗୁଳ ଅମଲାପଡ଼ା କଲ୍ୟାଣ ମଣ୍ଡପ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦୀର୍ଘଦିନ ଧରି ବିବାଦ ରେ ଥିବା ଅନୁଗୁଳ ଅମଲାପଡ଼ା କଲ୍ୟାଣ ମଣ୍ଡପକୁ ଶୁକ୍ରବାର ସକାଳେ ଭାଙ୍ଗି ଦିଆଯାଇଛି । ଏହାକୁ ନିର୍ମାଣ କରିଥିବା ଟେଣ୍ଟ ହାଉସ ମାଲିକ ନିଜେ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟକି ଅମଲାପଡ଼ା ଦୁର୍ଗା ପୂଜା ପଡିଆ ପରିସରରେ କମିଟି ପକ୍ଷରୁ ଏକ ସଂସ୍ଥାକୁ ବାହାଘର ନିମନ୍ତେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ଅନୁମତି ଦିଆଯାଇଥିଲା । ଭଡା ପଇସାରେ ଦୁର୍ଗା ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । କିନ୍ତୁ ପୂଜା କମିଟିର ଅନ୍ୟ ଏକ ଗୋଷ୍ଠୀ କଲ୍ୟାଣ ମଣ୍ଡପକୁ ସହମତି ବିନା ନିର୍ମାଣ କରା ଯାଇଥିବା ବିରୋଧ କରି ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସତ୍ୟତା ଥିବା ଉପଲବ୍ଧି କରି ଜିଲ୍ଲାପାଳ କଲ୍ୟାଣ ମଣ୍ଡପକୁ ସିଲ କରି ଦେଇଥିଲେ । ଏହାପରେ ସିଲ ବିରୁଦ୍ଧରେ ସମ୍ପୃକ୍ତ ଟେଣ୍ଟ ହାଉସ ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ କିନ୍ତୁ ଟେଣ୍ଟ ହାଉସ ପକ୍ଷରୁ ଆବେଦନର ଯଥାର୍ଥତା ନାହିଁ ବୋଲି କୁହାଯିବା ସହ ବେଆଇନ ନିର୍ମାଣକୁ ଭାଙ୍ଗି ଦେବାକୁ ନିର୍ଦେଶ ଦେଇଥିଲେ । ସେହି ଅନୁସାରେ ଶୁକ୍ରବାର ଅନୁଗୁଳ ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପକୁ ଭାଙ୍ଗିବା ପାଇଁ ସ୍ଥିର କରାଯାଇଥିଲା , ଏହାର ପୂର୍ବଭାସ ପାଇ ନିର୍ମାଣକାରୀ ସଂସ୍ଥା ନିଜେ ମଣ୍ଡପକୁ ଭାଙ୍ଗି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *