କାଣ୍ଡସର ଏସ୍‌ବିଆଇ ବ୍ୟାଙ୍କ ଏଟିଏମ୍ କ୍ୟାସ୍ ଡିପୋଜିଟ୍ ମେସିନ୍ ଭାଙ୍ଗି ଚୋରି ଉଦ୍ୟମ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ଏସ୍‌ବିଆଇ ବ୍ୟାଙ୍କ୍‌ର ଏଟିଏମ୍ କ୍ୟାସ୍ ଡିପୋଜିଟ୍ ମେସିନ୍ ଭାଙ୍ଗି ଚୋରି ଉଦ୍ୟମ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି । ସୂଚନା ଯେ, ଗୁରୁବାର ଅପରାହ୍ନ ସାଢ଼େ ୧୨ ଟାରୁ ଗୋଟାଏ ମଧ୍ୟରେ ଏହି ଚୋରି ଉଦ୍ୟମ ହୋଇଥିଲା । ଜଣେ ଦୁର୍ବୃତ୍ତ ଏଟିଏମ୍ ଭିତରେ ପଶି କ୍ୟାସ ଡିପୋଜିଟ ମେସିନ୍ କୁ ଭାଙ୍ଗି ଦେଇଥିଲା । ମାତ୍ର ଟଙ୍କା ଚୋରି କରିବାରେ ବିଫଳ ହୋଇଥିଲା । ଏହା ଜଣା ପଡ଼ିବା ପରେ ଏସ୍‌ବିଆଇ କାଣ୍ଡସର ବ୍ରାଞ୍ଚର ଚିଫ୍ ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ୍ ହୋଇଥିଲା । ପୁଲିସ୍ ଏହାର ଫୁଟେଜ୍‌ ଆଧାରରେ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *