ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହରସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଅଛି । ସମ୍ପାଦକ ଦୁର୍ଯୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଜିଲ୍ଲା ସଂଘ କୁ ସୁସଙ୍ଗଠିତ କରିବା ସକାଶେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ଅନୁବନ୍ଧିତ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ୨୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫ ଜଣ ଲେଖାଏଁ ପ୍ରତିନିଧି ଙ୍କ ଏକ ବୈଠକ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଗଲା । ସଙ୍ଘ କୁ ବରିଷ୍ଠ , କାର୍ଯ୍ୟକ୍ଷମ ଏବଂ ସୁସଙ୍ଗଠିତ କରାଯିବା ନିମନ୍ତେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଗଲା । ଏହି ବୈଠକରେ ବରିଷ୍ଠ ନାଗରିକ ବିଶ୍ବନାଥ ନାୟକ, ଅମୁଲ୍ୟ ମହାନ୍ତି, ଅଖିଳ ଚନ୍ଦ୍ର ମହାରଣା, ପ୍ରଭାକର ଶିରୋମଣି, ଆଉରଙ୍ଗଜେବ, ନିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *