ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସଇଏଫଡ଼ି) ସଂଘ ତରଫରୁ ଜାତୀୟ ସ୍ତରରେ ଏକ ଆଲୋଚ଼ନା ଚ଼କ୍ର ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚ଼ନା ଚ଼କ୍ର ରେ ଭାରତ ର ସମସ୍ତ ରାଜ୍ୟର ସ୍ବତନ୍ତ୍ର ଶିକ୍ଷକ ସଂଘ ର ନେତୃ ମଣ୍ଡଳୀ ଙ୍କ ସହ ୫୦୦ ରୁ ଉର୍ଦ୍ଦ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଏହି ଆଲୋଚ଼ନା ଚ଼କ୍ରରେ ଅତିଥି ଭାବେ ଜାତୀୟ ସ୍ତରର ସ୍ବତନ୍ତ୍ର ଶିକ୍ଷକ ସଂଘ ନ୍ୟାସନାଲ ଆସୋସିଏସନ୍ ଅଫ ସ୍ପେସିଆଲ୍ ଏଜୁକେଟର ରିହାବ ପ୍ରଫେସନ୍ୟାଲ ଏବଂ ଫିଲାନୋନ୍ଥୋପିସ୍ (ନାସେର୍ପ) ର ସଭାପତି ରାଜନୀଶ କୁମାର ପାଣ୍ଡେ ଓ ନାସେର୍ପ ର ଉପ-ସଭାପତି ତଥା ଓଡ଼ିଶା ପ୍ରଭାରୀ ନାଗେଶ ପାଣ୍ଡେ ଯୋଗଦେଇ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବିଷୟ ଓ ଦିବ୍ୟାଙ୍ଗ ଙ୍କ ଶିକ୍ଷା ର ବିକାଶ ନିମନ୍ତେ ଆଲୋଚ଼ନା କରିବା ସହିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଓଏସଇଏଫଡ଼ି ସଂଘ ର ସଭାପତି ସୂର୍ଯ୍ୟକାନ୍ତ ବେହେରା, ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ୨୦୧୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକଳାପ ବିଷୟରେ ସମସ୍ତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।
ଓଏସଇଏଫଡ଼ି ସଂଘ ର ଜାତୀୟ ସ୍ତରର ଆଲୋଚ଼ନା ଚ଼କ୍ର !!!

