ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନୀତି ଆୟୋଗ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ୍ ଦ୍ୱାରା କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ ଜ଼ିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି | ଏହି ଅଭିଯାନ ମାଧ୍ୟମରେ ଜ଼ିଲ୍ଲାର କିଶୋରୀ ବାଳିକାଙ୍କୁ ମେରା ଯୋଗଦାନ ଆପ୍ପଲିକେସନ ମାଧ୍ୟମରେ ଚିହ୍ନଟ କରାଯାଇଥିବା ତଥ୍ୟକୁ ଆଧାର କରି ବିଦ୍ୟାଳୟରେ ନାମକରଣ କରିବା, ରକ୍ତହୀନତା ଦୂର କରିବା ଇତ୍ୟାଦିକୁ ନେଇ ବିଭିନ୍ନ ବିଭାଗ, ପଂଚାୟତରାଜ ପ୍ରତିନିଧି ଓ ସାମାଜିକ ସଂସ୍ଥା ସହାୟତାରେ କିଶୋରୀ ବାଳିକାଙ୍କୁ ସଶକ୍ତ କରିବାକୁ ସମସ୍ତେ ମତ ରଖିଥିଲେ | ଅତିଥି ମାନେ ନିଜ ବକ୍ତବ୍ୟରେ ସମସ୍ତଙ୍କ ଭାଗିଦାରୀ ସହ ଜନ ଭାଗିଦାରୀ ଦ୍ୱାରା ଆମେ ଅଧିକରୁ ଅଧିକ ସହଯୋଗ କରିପାରିବା ବୋଲି ମତ ରଖିଥିଲେ | ଅଧିକରୁ ଅଧିକ ଭଲ ଖବର ଲୋକଙ୍କ ପାଖକୁ ପହଞ୍ଚାଇବାକୁ ନେଇ ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ଜ଼ିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ରାଓ ଏବଂ ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ୟୁଟ୍ୟୁବ ଚାଁନେଲ ଉନ୍ମୋଚନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ନିଲିମା ପାଣ୍ଡେେ , ଜ୍ୟୋତିରାଜ ଅଧିକାରୀ, ବ୍ଲକ ଅଧକ୍ଷ ଓ ବ୍ଲକ ଅଧକ୍ଷା, ଏଡିଏମ୍, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ସିଡିଏମ୍ଓ, ପିଏଚ୍ଓ, ଡିଏସ୍ଡବ୍ଲ୍ୟୁ ,ଡିଡବ୍ଲ୍ୟୁ, ଡିଏସ୍ଏସ୍ଓ, ଡିପିଏମ୍, ଡିଇଇଓ,ଓଏଲ୍ଏମ୍, ଡିସିପିଓ, ବିଡିଓ, ବିଇଇଓ, ସିଡିପିଓ ,ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା, ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟର କୁଳପତି, ୟୁଏନ୍ଏଫପିଏର କନସ୍ୟୁଲଟାଣ୍ଟ, ବିଭିନ୍ନ ସାମାଜିକ ସଂସ୍ଥା ପ୍ରତିନିଧି, ପିରାମଲ ଫାଉଣ୍ଡେସନ୍ ପ୍ରତିନିଧି ଓ ଗାନ୍ଧୀ ଫେଲୋ ଉପସ୍ଥିତ ରହିଥିଲେ |
କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ !!!

